ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ଦ୍ବିତୀୟ ଦିବସ
ଅତାବିରା, ୮/୧୧(ସଂସ୍କୃତି ମିଡ଼ିଆ) ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ଦ୍ଵିତୀୟ ଦିବସ ରେ ଜିଲ୍ଲା କ୍ରୀଡ଼ା ପ୍ରତିଯୋଗିତାର ସଭାପତି ଶ୍ରୀଯୁକ୍ତ ଜ୍ୟୋତିକାନ୍ତ ସାହୁ,ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼ ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ,ବୈଠକରେ ମୁଖ୍ୟ ଅତିଥି ରୂପେ ବାଲାଜୀ ବିଭୁ ରଞ୍ଜନ ତରାସିଆ, ଜିଲ୍ଲା ପ୍ରତିନିଧି ସମାଜ, ଆବାହକ ସୁଶ୍ରୀ ମିଶ୍ରାଣୀ କୁମ୍ଭାର,ବିଇଓ ଅତାବିରା ସମ୍ମାନିତ ଅତିଥି ରୂପେ ଅଦଳ ସୁନା,ବିଇଓ ପାଇକମାଳ, ମୁକୁନ୍ଦ ମହରା, ବିଇଓ ବରପାଲି, ଲୋକନାଥ ଭୋଇ ବିଇଓ ପଦ୍ମପୁର, ନୀଳାମ୍ବର ପଟେଲ ପ୍ରଧାନ ଶିକ୍ଷକ ରାଜବୋଡାସମ୍ବର ହାଇସ୍କୁଲ,କାର୍ତ୍ତିକ ବାଗ, ଅତିରିକ୍ତ ବିଇଓ ଅତାବିରା ,ମନୋଜ ହରିପାଲ , ପ୍ରଧାନ ଶିକ୍ଷକ ଅତାବିରା ହାଇସ୍କୁଲ ସୁଦୀପ୍ତ ସାହୁ, ସମ୍ପାଦକ ଅତାବିରା ବ୍ଳକ୍ କ୍ରୀଡା ସଂଗଠନ ,ଜ୍ୟୋତିଷ ଚନ୍ଦ୍ର ପ୍ରଧାନ , ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ବରଗଡ଼ ଉପସ୍ଥିତ ଥିଲେ ।
ସଭା ପରିଚାଳନା କରିଥିଲେ ତ୍ରିଲୋକ୍ଯ ନାୟକ ଏବଂ ସେବା ବିନିମୟୀ ଯୁକ୍ତା ବାରିକ । ବରଗଡ଼ ଡିଇଓ ଶ୍ରୀ ସାହୁ ପ୍ରତିଯୋଗି ମାନଙ୍କୁ ଉଦ୍ ବୋଧନ ଦେଇ ଜିଲ୍ଲା ର କ୍ରୀଡା ଓ ଶିକ୍ଷା ର ସମ୍ମାନ ରକ୍ଷା କରିବାକୁ ଆଗ୍ରହ ପ୍ରକାଶ କଲେ। ମୁଖ୍ୟ ଅତିଥି ଶ୍ରୀ ତରାସିଆ ଖେଳାଳି ମାନଙ୍କୁ ଯୁବାବସ୍ଥାରେ ଖେଳ କୁଦ ସହ ଶିକ୍ଷା ର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ପାଇଁ ତଥା ଉତ୍ତମ ନାଗରିକତ୍ବ ହାସଲ କରିବା ପାଇଁ ଉଦବୋଧନ ଦେଇଥିଲେ। କାର୍ଯ୍ୟ କ୍ରମରେ ସନ୍ତୋଷ କର,ରବି ଗୁପ୍ତା , ନନ୍ଦିଘୋଷ ଭୁଏ, ଚିତ୍ତରଞ୍ଜନ ମେହେର,ଯାଦବ ପ୍ରଧାନ,ହିମାଂଶୁ ଶେଖର ସାହୁ,ପୂର୍ଣ୍ଣଚନ୍ଦ୍ର ବେହେରା ଏବଂ ଅତାବିରା ହାଇସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ,ସି ଆର୍. ସି .ସି, କମିଟିର ସମସ୍ତ କର୍ମକର୍ତାଗଣ ସହଯୋଗ କରିଥିଲେ । ଏହି ଅବସରରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଇରପାଲି ର ବଜା ଦଳ,ଲାରାସରା ଉଚ୍ଚ ବିଦ୍ୟାଳୟ ର ନୃତ୍ୟ ଦଳ ଏବଂ ଅତାବିରା ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ଦଳକୁ ଅତିଥି ମାନେ ସମ୍ମାନ ଫଳକ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।ଶେଷରେ ବ୍ଳକ୍ ଖେଳ ସମ୍ପାଦକ ସୁଦୀପ୍ତ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
