ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଉତ୍ସବ
ଅତାବିରା, ୯/୧୧(ସଂସ୍କୃତି ମିଡ଼ିଆ)- ଗତ ତିନିଦିନ ଧରି ଅତାବିରା ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ବରଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅତାବିରା ଥାନା ଅଧିକାରୀ ପ୍ରକାଶ କୁମାର କର୍ଣ୍ଣ,ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତାବିରା ସୁଶ୍ରୀ ମିଶ୍ରାଣୀ କୁମ୍ଭାର , ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତିଷ କୁମାର ପ୍ରଧାନ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ ହରପାଲ , ପ୍ରାକ୍ତନ ବ୍ଳକ୍ କ୍ରୀଡା ସମ୍ପାଦକ ଲବ ସାହୁ ,ବ୍ଳକ୍ କ୍ରୀଡା ସମ୍ପାଦକ ଅତାବିରା ସୁଦୀପ୍ତ କୁମାର ସାହୁ ମଞ୍ଚାସିନ ଥିଲେ । ସ୍ବାଗତ ସଙ୍ଗୀତ ବାଳିକା ଉଚ୍ଚ ବିଦ୍ୟାଳୟ ଅତାବିରା ବାଳିକା ମାନେ ପରିବେଷଣ କରିଥିବା ବେଳେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଲାଦରପାଲି ର ଛାତ୍ରୀ ବୃନ୍ଦ ସ୍ଵାଗତ ନୃତ୍ୟ ପରିବେଷଣ କରିଥିଲେ । ପୂର୍ବତନ ଶାରୀରିକ ଶିକ୍ଷା ନିରୀକ୍ଷକ ତଥା କ୍ରୀଡା ଶିକ୍ଷକ ତ୍ରିଲୋକ୍ୟ ନାୟକ ମଞ୍ଚ ପରିଚାଳନା କରିଥିଲେ। ବାଳିକା ଚଉଦ ବର୍ଷ ବୟସ୍କ ଭିତରେ ହୋଇଥିବା ଶହେ ,ଦୁଇଶହ,ଚାରିଶହ, ଛଅ ଶହ ମିଟର ଦୌଡ,ଉଚ୍ଚ ଡିଆଁ,ଲମ୍ବ ଡିଆଁ, ସଟ୍ ପୁଟ, ଡିସକସ୍ ପ୍ରତିଯୋଗିତାରେ ଯଥାକ୍ରମେ ପାଇକମାଳ ବ୍ଲକ ର ପୁଷ୍ପାଞ୍ଜଳି ଧରୁଆ,ଅତାବିରା ବ୍ଳକ ର ମନିଷା ପାତ୍ର,ପଦ୍ମପୁର ବ୍ଲକ୍ ର ଶ୍ରଦ୍ଧାଞ୍ଜଳି ଭୁଏ, ଭଟଲି ବ୍ଲକ୍ ର ରୁଚିଶ୍ମିତା ପାତ୍ର,ପଦ୍ମପୁର ବ୍ଲକର ଭୂମିସୂତା କୁମ୍ଭାର ଯଥାକ୍ରମେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ବାଳକ ଚଉଦ ବର୍ଷ ବୟସ୍କ ଭିତରେ ହୋଇଥିବା ଶହେ ,ଦୁଇଶହ,ଚାରିଶହ, ଛଅ ଶହ ମିଟର ଦୌଡ,ଲମ୍ବ ଡିଆଁ,ଉଚ୍ଚ ଡିଆଁ, ସଟ୍ ପୁଟ, ଡିସକସ୍ ପ୍ରତିଯୋଗିତାରେ ଯଥାକ୍ରମେ ଗାଇସିଲେଟ ବ୍ଲକର ରାକେଶ ରଞ୍ଜନ ବିଶ୍ଵାଳ,ବରପାଲି ବ୍ଲକର ଶିବା ମେହେର,ଭେଡେନ ବ୍ଲକ୍ ର ଅଭ୍ୟୁଦୟ ମେହେର,ପ୍ରବୀଣ ପଧାନ,ବରଗଡ଼ ବ୍ଲକର ରାହୁଲ ଛତର ,ପଦ୍ମପୁର ବ୍ଲକର ସୌରଭ ସୁନା,ବରଗଡ଼ ବ୍ଲକର ଅଗମ୍ ସାଗର, ବାଳକ ସତର ବର୍ଷ ବୟସ୍କ ଭିତରେ ହୋଇଥିବା ଶହେ,ଦୁଇଶହ,ଚାରିଶହ, ଆଠ ଶହ,ପନ୍ଦର ଶହ,ତିନିହଜର ମିଟର ଦୌଡ,ଉଚ୍ଚ ଡିଆଁ,ଲମ୍ବା ଡିଆଁ,ସଟ୍ ପୁଟ, ଡିଷ୍କସ୍ ଥ୍ରୋ , ଜେଭେଲିନ ଥ୍ରୋ,ଟ୍ରିପଲ୍ ଡିଆଁ ରେ ଯଥାକ୍ରମେ ବରଗଡ଼ ବ୍ଲକର ସୁରଜ୍ ବିଶ୍ଵାଳ,ବିଜେପୁର ର ନିରାକାର ମେହେର,ବରଗଡ଼ ର କୁନାଲ ମିର୍ଦ୍ଧା, ଅତାବିରାର ମୋହିତ କୁମାର,ଭେଡେନ ର ପ୍ରତ୍ୟୁଷ କୁମାର ମେହେର,ବିଜେପୁର ର କ୍ଷୀରସାଗର ପରୁଁଆ,ଭେଡେନ କୃଷ୍ଣଚନ୍ଦ୍ର ପଧାନ ,ପଦ୍ମପୁର ର ରୋନାଥ ମିଶ୍ର,ଶୁଭମ୍ ସାହୁ,ବରଗଡ଼ ର ଯୋଗେଶ ଲୁହା,ଭେଡେନ ର ସତ୍ୟବ୍ରତ ବିଶି ଯଥାକ୍ରମେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ବାଲିକା ସତର ବର୍ଷ ବୟସ୍କ ଭିତରେ ହୋଇଥିବା ଶହେ,ଦୁଇଶହ,ଚାରିଶହ, ଆଠ ଶହ,ପନ୍ଦର ଶହ,ତିନିହଜର ମିଟର ଦୌଡ,ଉଚ୍ଚ ଡିଆଁ,ଲମ୍ବା ଡିଆଁ,ଟ୍ରିପଲ୍ ଡିଆଁ,ସଟ୍ ପୁଟ, ଡିଷ୍କସ ଥ୍ରୋ, ଜେଭେଲିନ ଥ୍ରୋ ପ୍ରତିଯୋଗିତାରେ ଅତାବିରା ବ୍ଲକର ସିମ୍ରନ୍ ଭୁଏ,ପଦ୍ମପୁର ର ଭାରତୀ ସେଠ୍,ବରପାଲି ର ଉଷାରାଣୀ ଭୋଇ,ଗାଇସିଲେଟ ର ଅଙ୍କିତା ମିର୍ଦ୍ଧା,ଭଟଲି ର ଯମୁନା ରୁହିଦାସ,ପଦ୍ମପୁର ର ଆକାଂକ୍ଷା ଭୋଇ,ବରପାଲି ର ପ୍ରିନ୍ସି ରାଣୀ ଗର୍ତିଆ ,ପଦ୍ମପୁର ର ପୂର୍ଣ୍ଣିମା ନାଏକ,ଭଟଲି ବ୍ଲକ୍ ର ସୃତିରେଖା କାଲୋ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ଦୁଇଶହ ୬୧ ଜଣ ପ୍ରତିଯୋଗୀ ଏବଂ ୪୭ ଜଣ ଅଫିସିଏଲ୍ ଯୋଗଦାନ କରି ଖେଳେ ପରିଚାଳନା କରିଥିଲେ । ଅତାବିରା ବ୍ଲକର ସମସ୍ତ ଖେଳ ଶିକ୍ଷକ ଶିକ୍ଷୟିତ୍ରୀ,ସମସ୍ତ ସି.ଆର୍.ସି.ସି. ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଧାନ ଶିକ୍ଷୟିତ୍ରୀ ,ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ବ୍ଲକ୍ କ୍ରୀଡା ସମ୍ପାଦକ ସୁଦୀପ୍ତ କୁମାର ସାହୁ ।

