ବରଗଡ଼ରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ
ବରଗଡ଼, ୧୭/୧୧(ସଂସ୍କୃତି ମିଡ଼ିଆ )-ଧରତୀ ଅବ୍ବା ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜୟନ୍ତୀ ବରଗଡ଼ କଲ୍ୟାଣ ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ହୋଇ ଯାଇଛି। ଆଦିବାସୀ ମାନଙ୍କ ଅଧିକାର ପାଇଁ ସଂଗ୍ରାମ କରିଥିବା ମହାନ କ୍ରାନ୍ତିକାରୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ବେଶ ଆନନ୍ଦ ଉଲ୍ଲାହସରେ ପାଳିତ ହୋଇଥିଲା। ଏକ ଭବ୍ୟ ବେଶ, ବୁସା, ନୃତ୍ୟ, ଗୀତ ରେ ଶୋଭାଯାତ୍ରା ବାହାରି ବାବା ସାହେବ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଥିଲା। ବିର୍ସା ମୁଣ୍ଡା ସଂଘର୍ଷ ବାହିନୀର ସଭାପତି ମାରିୟମ ବାର୍ଲା ଓ ସମ୍ବିଧାନ ସୁରକ୍ଷା ମଞ୍ଚ ଆବାହକ ପବିତ୍ର ଦେହେରୀ ଏହି ଜୟନ୍ତୀ କାର୍ଯ୍ୟକ୍ରମ କୁ ଆୟୋଜିତ କରିଥିଲେ। ଏହି ଜୟନ୍ତୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ନରେନ୍ଦ୍ର ନାଏକ, ସମାଜ ସେବୀ କୁଞ୍ଜ ବିହାରୀ ଭୋଇ, ଇନ୍ଦ୍ରମଣି ମୁଣ୍ଡା, ୱ୍ଵିଲିୟମ ଟପ୍ପୋ, ଫାଦର ପିୟୁଷ ଲାକ୍ରା, ରବୀନ ଲୁଗୁନ, ସାମାଜିକ କର୍ମୀ ଜଗଦୀଶ ଲୁହା, ଚାଷୀ ନେତା ରମେଶ ମହାପାତ୍ର, ଆପ୍ ନେତା ଭବାନୀ ସାହୁ, ମହିଳା ନେତ୍ରୀ ସୁନିତା ବାଗ ,ଅଧ୍ୟାପକ ସଂଜୀବ ସୁନା, ସାମାଜିକ କର୍ମୀ ସୁରେଖା ଭୁଏ, ଦିଲୀପ ବାର୍ଲା ଉପସ୍ଥିତ ଥିବା ବେଳେ ସୋନପୁର ଜିଲ୍ଲା ରୁ ଦିବ୍ୟାଙ୍ଗ ଲଷ୍ମୀ ଓ ଆଲମ ଖାନ ପହଂଚି ଥିଲେ।
