ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା : ସୁଶିଲ କୁମାର ମେହେର ନୂଆଁ କଂସ

0

ବରଗଡ଼,୧୮।୧୧(ସଂସ୍କୃତି ମିଡ଼ିଆ )- ସବୁ କଳ୍ପନା ଜଳ୍ପନା ଆଶା ଆଶଙ୍କାର ଯବନିକା ପଡ଼ିଲା l ସାମ୍ନାକୁ ଆସିଲା ଚୟନ ଫଳାଫଳ l ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ ।

ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଥିଲା । ଉତ୍କଣ୍ଠାର ପଡ଼ିଛି ପୂର୍ଣ୍ଣଛେଦ l ଧକ୍ ଧକ୍ ଥରୁଥିବା କଂସ ସମେତ ପାର୍ଶ୍ୱ କଳାକାରଙ୍କ ଛାତି ଶାନ୍ତ ପଡ଼ିଛି l ଏଥିର ବରଗଡ଼ ଜିଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶିଲ କୁମାର ମେହେର ବରଗଡ଼ କଂସ ଅଭିନତାଭାବେ ମନୋନୀତ ହୋଇଛନ୍ତି। ଧନୁଯାତ୍ରା ମହୋତ୍ସବ ସମିତି ଉପସଭାପତି ବରଗଡ଼ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହା ଘୋଷଣା କରିଛନ୍ତି। ଘୋଷଣା ସମୟରେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ ମଧ୍ୟ ଉପସ୍ଥିତ ଥିଲେ। ତେବେ କେଉଁ କଳାକାର କିଭଳି ଅଭିନୟ ପ୍ରଦର୍ଶନ କରିବେ ଡିସେମ୍ବର ୨୪ କୁ ଅପେକ୍ଷା କରିଛନ୍ତି ଦର୍ଶକ ଙ୍କ ସହ ମଥୁରାବାସୀ l


Leave a Reply

Your email address will not be published. Required fields are marked *

error: Content is protected !!