ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଜେଜେମାଆ-ବାପା ସମ୍ମିଳନୀ

0

ଗୋଡଭଗା:ତା.୨୮/୧୧(ସଂସ୍କୃତି ମିଡିଆ) ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍ କଳାମାଟି ପଞ୍ଚାୟତ ଅନ୍ତର୍ଗତ ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଚଳିତ ଶିକ୍ଷା ବର୍ଷ ୨୦୨୫-୨୬ର ଜେଜେ ମାଆ-ବାପା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଅରୁଣ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ର ଛାତ୍ରୀଙ୍କ ଜେଜେମାଆ ଜେଜେବାପା ତଥା ଅଜାଆଈମାନେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଲହଣ୍ଡା ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ନନ୍ଦିଘୋଷ ପ୍ରଧାନ ଯୋଗଦେଇ ପ୍ର ଦୀପ ପ୍ରଜ୍ବଳନ କରି ସମ୍ମିଳନୀର ଶୁଭ ଉଦ୍‌ଘାଟନ କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଅବିନାଶ ଶତପଥି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପରିଚାଳନା ସମିତିର ସଭାପତି ପ୍ରଦୀପ କର୍ଣ୍ଣ ଜୀବନରେ ଅଜା ଆଈଙ୍କର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। ସମ୍ମିଳନୀର ପ୍ରମୂଖ ପୂଜା ସାହୁଙ୍କ ତତ୍ତ୍ଵାବଧାନରେ ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଦୀପାଞ୍ଜଳି ପଶାୟତ ସଂଯୋଜନା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ରେଶସ୍ୱୀନୀ ସେଠ୍ ଏବଂ ରୀନା ମହାରଣା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ। ଏ‌ହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ମିଳନୀରେ ଉପସ୍ଥିତ ସମସ୍ତ ଜେଜେ ବାପାମାଆ ଏବଂ ଅଜାଆଈମାନେ ଭରପୁର୍ ଉପଭୋଗ କରିଥିଲେ। ସବିଶେଷରେ କମିଟି ସମ୍ପାଦକ କୃଷ୍ଣଚନ୍ଦ୍ର ସାଥୁଆ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!