ଅମ୍ବାଭୋନା ବ୍ଳକ୍ ପ୍ରାଥମିକ ଶିକ୍ଷକ(NPS) ସଂଘ ର ଦାବୀପତ୍ର ପ୍ରଦାନ 

0

ଅମ୍ବାଭୋନା, ୨/୧୨(ସଂସ୍କୃତି ମିଡ଼ିଆ )-ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦୁଇ ଦଫା ଦାବି ନେଇ ଆସନ୍ତା ଡ଼ିସେମ୍ବର ୫ ତାରିଖରେ ହେବାକୁ ଥିବା ଆନ୍ଦୋଳନ ପାଇଁ ଅମ୍ବାଭୋନା ବ୍ଳକ୍ ଏନ୍ ପି ଏସ ଶିକ୍ଷକ ସଂଘ ର ସଭାପତି ସ୍ବାଧୀନ କୁମାର ସାହୁ ଙ୍କ ସହ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ବି ଇ ଓ ଅମ୍ବାଭୋନା ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ସରକାର ଅଦ୍ୟାବଧି କୌଣସି ଦାବୀ ପୂରଣ କରି ନ ଥିବାରୁ ଅମ୍ବାଭୋନା ବ୍ଳକ୍ ର ସମସ୍ତ ଏନ୍ ପି ଏସ ଶିକ୍ଷକ ଶିକ୍ଷୟିତ୍ରୀ ଆସନ୍ତା ଡ଼ିସେମ୍ବର ୫ ତାରିଖରୁ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଦାବୀ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ୨୦୦୧ ରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଠିକା କାର୍ଯ୍ୟକାଳ କୁ ଗଣନା କରିବା ସହ ଛଅ ଟି ନୋସ୍ ନାଲ ଇନ୍ କ୍ରିମେଣ୍ଟ ପ୍ରଦାନ । ଏହି ଦାବି ପତ୍ର ପ୍ରଦାନ ସମୟରେ ସନ୍ତୋଷ ମାଝୀ,ଦୁଖ ନାଶନ ପ୍ରଧାନ, କେଦାର ନାଏକ, ବଳରାମ ଦରଦ ମେଘ, ପରମେଶ୍ବର ରଥ, ରୋହିତ ଭୁଜ, ରାମେଶ୍ୱର ଭୁଜ,ବୁଳୁ ବିଶ୍ବାଲ, ସିଦ୍ଧାର୍ଥ ପ୍ରଧାନ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!