ଅତାବିରା କଲେଜ ବାର୍ଷିକ କ୍ରୀଡା ଉତ୍ସବ ଉତଯାପିତ
ଅତାବିରା-୩/୧୨ (ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲା ଅତାବିରା କଲେଜର ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ୨ଦିନ ଧରି ଅନୁଷ୍ଠିତ ହୋଇ ମଙ୍ଗଳବାର ଉଦଯାପନୀ ହୋଇଯାଇଛି।କଲେଜ ଅଧ୍ୟକ୍ଷ ଅଶ୍ୱିନୀ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସମଲେଶ୍ବରୀ ମନ୍ଦିରରୁ ମଶାଲ ଆଣି ଆନୁଷ୍ଠାନିକ ଭାବେ କ୍ରୀଡା ଉତ୍ସବର ଶୁଭାରମ୍ଭ ହୋଇଥିଲା।ଏଥିରେ କଲେଜର ଅନୁନ୍ୟ ୨ଶହ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ସମୁଦାୟ ୩୬ ଗୋଟି ଇଭେଣ୍ଟକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କ୍ରୀଡା ଉପଦେଷ୍ଟା ଅଧ୍ୟାପକ ଦିଲ୍ଲୀପ କୁମାର ବହିଦାର ବାର୍ଷିକ କ୍ରୀଡା ବିବରଣୀ ପ୍ରଦାନ କରିଥିଲେ।ଉତ୍ସବରେ ଏବିଡ଼ିଓ ଗିରୀନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ବାଳକ ଜୁନିୟର ବିଭାଗରେ ସ୍ୱରୂପ କୁମାର ପ୍ରଧାନ ଓ ସିନିୟର ବିଭାଗରେ ଶ୍ରୀ ୟାଦୁ ଯାଦବ ଚମ୍ପିୟାନ ହୋଇଥିବା ବେଳେ ବାଳିକା ଜୁନିୟର ବିଭାଗରେ ନିହାରୀକା ବଢ଼େଇ ଓ ସିନିୟର ବିଭାଗରେ ଜୟନ୍ତୀ ପାତ୍ର ଚମ୍ପିୟାନ ହୋଇଛନ୍ତି।ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।

ଏହି ପ୍ରତିଯୋଗିତା ରେ ଖେଳ ଶିକ୍ଷକ ଲବ ସାହୁ,
ଶୁଭ୍ରାଂଶୁ ଶେଖର ସାହୁ, ରବି ନାରାୟଣ ପଧାନ, ଶୁଭକାନ୍ତ ମେହେର ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ l

