୨୦ ହଜାର ଉଠିଛି ହେଲେ ମଣ୍ଡିରେ ୨ଲକ୍ଷରୁ ଉର୍ଦ୍ଧ୍ୱ ଧାନ ପଡ଼ି ରହିଛି

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 44;


ଅତାବିରା ଆରଏମସି ଅଧୀନରେ ଧାନ କିଣାବିକା ଅଚଳାବସ୍ଥା ଜାରି
@ ୧୦ ଦିନରେ ୨୦ ହଜାଉ ଧାନ ଉଠିଥିବା ବେଳେ ୨ଲକ୍ଷରୁ ଉର୍ଦ୍ଧ୍ୱ ପଡ଼ି ରହିଛି
@ ମୁଣ୍ଡ ଟେକୁଛି ବଡ଼ ଚାଷୀ ଆନ୍ଦୋଳନ
ଅତାବିରା /ଗୋଡ଼ଭଗା , ୭/୧୨(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ଆରଏମସି ଅଧୀନରେ ଥିବା ମଣ୍ଡି ଗୁଡିକରେ ଦିନକୁ ଦିନ ଧାନ ପଡିରହିବାର ପରିମାଣ ବଢିବାକୁ ଲାଗିଛି l ଗତ ନଭେମ୍ବର ମାସ ୨୮ ତାରିଖରୁ ମାର୍କେଟ ଖୋଲିଥିଲେ ଵି ଚଳିତ ମାସ ୨ତାରିଖ ରାତ୍ରିରେ ପ୍ରଥମ ଥର ଖରିଫ ଧାନ ଗୋଡ଼ଭଗା ମଣ୍ଡିରୁ ଉଠିଥିଲା l ତେବେ ଧାନ ଉଠାଣରେ ମନ୍ଥରତା ଲଗାତାର ରହି ଆସୁଛି l ଯେଉଁଭଳି ମଣ୍ଡିକୁ ଧାନ ଆସୁଛି ସେହି ଅନୁପାତରେ ଧାନ ଉଠୁ ନ ଥିବାରୁ ମଣ୍ଡି ଗୁଡିକରେ ଧାନ ଭର୍ତ୍ତି ହୋଇ ଗଲାଣି l ଖରିଫ ଧାନ କିଣାବିକାର ୧୦ ଦିନରେ ୨୦ ହଜାଉ ଧାନ ଉଠିଥିବା ବେଳେ ୨ଲକ୍ଷରୁ ଉର୍ଦ୍ଧ୍ୱ ପଡ଼ି ରହିଛି l ଯାହାକି ଚାଷୀଙ୍କୁ ଚିନ୍ତାରେ ପକାଇଛି l ଏହାକୁ ନେଇ ବିଭିନ୍ନ ମଣ୍ଡିରେ ଉତ୍ତେଜନା ଲାଗି ରହିଛି l ରବିବାର ଧାନ କିଣାବିକା ଅଚଳବସ୍ଥାରେ ଅତିଷ୍ଟ ହୋଇ କଳାପାଣି ମଣ୍ଡିରେ ଚାଷୀ ତାଲା ମାରି ପ୍ରତିବାଦ କରୁଥିବା

ବେଳେ ଅତାବିରା ଆରଏମସିର ଗୋଡ଼ଭଗା ମଣ୍ଡିରେ ଚାଷୀ ଧାରଣା ଦେଇଛନ୍ତି l

ଘଟଣାକୁ ଦୃଷ୍ଟିରେ ରଖି ଗୋଡ଼ଭଗା ମଣ୍ଡିରେ ଚାଷୀ ଚଳାଇଥିବା ଧାରଣାକୁ ହଟାଇବା ପାଇଁ ବରଗଡ଼ ଉପ ଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଫୋନ ମାଧ୍ୟମରେ ଆଲୋଚନା କରି ଦିନେ ଦୁଇ ଦିନ ମଧ୍ୟରେ ସମସ୍ୟା ଦୂର କରିବାକୁ ଧାରଣାରତ ଚାଷୀଙ୍କୁ ପ୍ରତିଶୃତି ଦେଇଥିଲେ l ଫଳରେ ଚାଷୀ ଧାରଣାକୁ ସ୍ଥଗିତ ରଖିଥିଲେ ଵି ଚାପା ଅସନ୍ତୋଷ ଚାଷୀଙ୍କ ମଧ୍ୟରେ ଆନ୍ଦୋଳନ ଆଡକୁ ମୁହଁଉଛି l
ସରକାରୀସ୍ତରରେ ମିଳିଥିବା ସୂଚନା ମୁତାବକ ରବିବାର ଅତାବିରା ଆରଏମସି ଅଧୀନ ବିଭିନ୍ନ ମଣ୍ଡିକୁ ୩୦ ହଜାର ୪୨ ପ୍ୟାକେଟ ଧାନ ଆସିଥିବା ବେଳେ ୪୯ ଜଣ ଚାଷୀଙ୍କ ମାତ୍ର ୬ହଜାର ୨୬୧ ପ୍ୟାକେଟ ଧାନ ଉଠିଛି l ମଣ୍ଡି ଖୋଲିବାର ୧୦ ଦିନ ମଧ୍ୟରେ ୨ ଲକ୍ଷ ୪୦ ହଜାର ୩୯୯ ପ୍ୟାକେଟ ଧାନ ଆସିଥିବା ବେଳେ ମୋଟ ୧୫୭ ଜଣ ଚାଷୀଙ୍କ ମାତ୍ର ୨୦ ହଜାର ୬୬୭ ପ୍ୟାକେଟ ଧାନ ବିକ୍ରି ହୋଇଛି l ଫଳରେ ଅତାବିରା ଆରଏମସି ଅଧୀନ ବିଭିନ୍ନ ମଣ୍ଡିରେ ରବିବାର ବଜାର ବନ୍ଦ ହେବା ବେଳକୁ ୨ଲକ୍ଷ ୧୯ହଜାର ୭୩୨ ପ୍ୟାକେଟ ଧାନ ପଡ଼ି ରହିଛି l ଦିନକୁ ଦିନ ମଣ୍ଡିରେ ବଢ଼ି ଚାଲିଥିବା ଧାନ ପରିମାଣ କୁ ଦେଖି ସରକାର ଓ ସ୍ଥାନୀୟ ପ୍ରଶାସନ ବିହିତ ପଦକ୍ଷେପ ନେଇ ଶୀଘ୍ର ଧାନ କିଣିବାର ବ୍ୟବସ୍ଥା କରିବାକୁ ଦାବୀ ହେଉଛି l ନ ହେଲେ ଏକ ବଡ଼ ଧରଣର ଚାଷୀ ଆନ୍ଦୋଳନ ମୁଣ୍ଡ ଉପରେ ଝଲ ଝଲ ଦେଖା ଦେଉଛି ବୋଲି ଚାଷୀ ନେତା ଵି ପାପା ରାଓ କହିଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!