ଓଡ଼ିଶା ରାଜ୍ୟ କୃଷକ ସଂଗଠନର ବାର୍ଷିକ ସାଧାରଣ ସଭା
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 40;
ଅତାବିରା, ୭/୪: ଭାରତ ବର୍ଷରେ ଚାଷୀ ସର୍ବଦା ଶୋଷିତ, ଉପେକ୍ଷିତ। କେତେବେଳେ ସରକାରଙ୍କ ନୀତି ତ ଆଉ କେତେ ବେଳେ ପ୍ରାକୃତିକ ଦୁର୍ବିପାକ । ସବୁ କ୍ଷେତ୍ରରେ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। କୌଣସି ସରକାର ଚାଷୀଙ୍କ ହିତଦୃଷ୍ଠିରେ କାମ କରୁନାହାନ୍ତି। ଚାଷ ଓ ଚାଷୀଙ୍କ କଥା କହି ସରକାରକୁ ଆସୁଛନ୍ତି। ସରକାରକୁ ଆସିଲେ ଚାଷୀଙ୍କ କଥା ପାଶୋରି ଦେଉଛନ୍ତି। ଗରିବ ଚାଷୀ, ମଜୁରଙ୍କ କଥା କହୁଥିବା ରାଜନୈତିକ ଦଳ ପୁଂଚିପତି , ଶିଳ୍ପପତିଙ୍କ ସରକାର ପାଳଟିଛି। ଦେଶରେ ୭୫ ପ୍ରତିଶତ ଚାଷୀ କୃଷି ଉପରେ ନିର୍ଭର କରୁଥିବା ବେଳେ ଏ ବୃହତ ବର୍ଗର ଲୋକ ଅଣଦେଖାର ଶିକାର ହେଉଛନ୍ତି। ୫୦ ପ୍ରତିଶତ ଚାଷୀ ଋଣଗ୍ରସ୍ତ ହୋଇଗଲେଣି। ଦେଶର ସମାଜର ଉଚ୍ଚ ବର୍ଗରେ ଥିବା ପୁଂଜିପତି, ଶିଳ୍ପପତିଙ୍କ ତୁଳନାରେ ତଳ ବର୍ଗରୁ ଚାଷୀ, ଗରିବଙ୍କ ମଧ୍ୟରେ ଅର୍ଥନୈତିକ ତାରତମ୍ୟ, ବୈଷ୍ୟମତା ବଢ଼ିବାରେ ଲାଗିଛି। ଚାଷୀ ନିଜକୁ ଚାଷୀ ବୋଲି କହିବାକୁ କୁଣ୍ଠାବୋଧ କାଇବାକୁ ଲାଗିଲେଣି । ଯଦି ଚାଷୀ ନିଜ ନା’ ଆଗରେ କିମ୍ବା ପଛରେ ଭୂମିପୁତ୍ର ଲେଖି ସମ୍ମାନ ଓ ଗର୍ବ ସହ ବଂଚିବାକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରାର ବାର୍ଷିକ ସାଧାରଣ ସଭାରେ ସଂଗ୍ରାମର ଚାଷୀ ନେତାମାନେ ମତବ୍ୟକ୍ତ କରିଥିଲେ।
ଲାଦରପାଲିସ୍ଥିତ ରାମଚଣ୍ଡୀ କଲ୍ୟାଣମଣ୍ଡପରେ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରଗଡ଼ ଜିଲ୍ଲାର ୧୨ଟି ବ୍ଳକର କୃଷକ ସଂଗଠନ ସହ ସମ୍ବଲପୁର ଓ ସୋନପୁର ଜିଲ୍ଲାର ଚାଷୀ ସଂଗଠନ ଯୋଗ ଦେଇ ରଣହୁଙ୍କାର ଦେଇଛନ୍ତି । ରାଜ୍ୟରେ ମଣ୍ଡି ବ୍ୟବସ୍ଥା ସଂପୂର୍ଣ୍ଣ ଭୁସୁଡ଼ି ପଡ଼ିଛି। ରାଜ୍ୟ ସରକାର ଧାନ କିଣିବାକୁ ଅରାଜି ହେଉଛନ୍ତି। ବଂଶାବଳୀ, ସେଟଲାଇଟ୍ ଆଳରେ ଜମି ପରିମାଣ କାଟିବାକୁ ହୀନ ପ୍ରୟାସ କରୁଛନ୍ତି। ଚାଷୀ ପଂଜୀକରଣ କରିଥିବା ପାଖାପାଖି ୧୪ ହଜାର ଚାଷୀଙ୍କ ଟୋକନ ନଆସିବାରୁ ଧାନ ବିକ୍ରି କରିପାରି ନାହିଁ। ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଟୋକନ ନ ଆସିବାରୁ ଧାନ ବିକି ନ ପାରିବା ସରକାରଙ୍କ ପାରିବାପଣକୁ ପ୍ରଶ୍ନ କରୁଛି। ପ୍ରାକୃତିକ ଦୂର୍ବିପାକରେ ସରକାରଙ୍କ ଜଟିଳ ନୀତି ଯୋଗୁଁ ଚାଷୀଙ୍କୁ ଫସଲ ବୀମା କିମ୍ବା ଇନପୁଟ୍ ସହାୟତ ମିଳି ପାରୁ ନାହିଁ। ଏଣୁ ଏହାର ସରଳୀକରଣ ନ କଲେ ଚାଷୀ ଉପକୃତ ହୋଇ ପାରିବେ ନାହିଁ। ରାଜ୍ୟ ସରକାର ନିକଟରେ ଅନ୍ନପୂର୍ଣ୍ଣା ଯୋଜନା ନା’ରେ ଖାଉଟିଙ୍କୁ ଅଧିକ ୫ କେଜି ଚାଉଳ ଦେବାକୁ ଘୋଷଣା କରିଛନ୍ତି। ହେଲେ ଧାନ କିଣିବାକୁ ରାଜି ହେଉ ନାହାନ୍ତି। ଆଗାମୀ ରବି ଫସଲ ଧାନ ସଂଗ୍ରହ ଜଟିଳ ହେବା ସମ୍ଭାବନା, ଗମ୍ଭୀର ହେବା ଦେଖା ଦେଉଛି। ଚାଷୀ ନିଜ ହକ ପାଇଁ ଲଢ଼ିଲେ ସରକାରୀ କଳବଳ ପ୍ରୟୋଗ କରି ରାତି ଅଧିଆ, ମିଥ୍ୟା ମାମଲାରେ ଗିରଫ କରି ଜେଲ ଦଣ୍ଡ ଦେଉଛନ୍ତି। ଚାଷୀଙ୍କୁ କେତେବେଳେ ନୈଟଙ୍ଗି କରିବା ବନ୍ଦ କର, ନକଲି ଚାଷୀ ଭଲି ଆଖ୍ୟା ଦେବାକୁ ଶାସକ ଦଳର ନେତା ପଛାଉନାହାନ୍ତି । ଯାହା ବଡ଼ ପରିଚାପର ବିଷୟ। ସାମୁହିକ ସମସ୍ୟା ପାଇଁ ସମସ୍ତ ଚାଷୀ ସଂଗଠନ ଏକତ୍ର ଲଢ଼େଇ କରିବାକୁ ଆହ୍ବାନ ଦିଆଯାଇଥିଲା । ଆଗାମୀ ରବି ଫସଲରେ ସମସ୍ତ ଚାଷୀଙ୍କ ଟୋକନ ଦେଇ ଧାନ ପଡ଼ିବାର ୪୮ ଘଣ୍ଟା ମଧ୍ୟରେ ଉଠାଇବାର ସରକାର ବ୍ୟବସ୍ଥା କରନ୍ତୁ ବୋଲି ଦାବି ହୋଇଥିଲା। ଆଗାମୀ ମେ’ ମାସ ପ୍ରଥମ ସପ୍ତାହରେ ଉତ୍ତରାଂଚଳ ରାଜସ୍ବ କମିଶନଙ୍କ ପରିସୀମାର ବିଭିନ୍ନ ଚାଷୀ ସଂଗଠନ, ଚାଷୀଙ୍କୁ ନେଇ ସମ୍ବଲପୁରରେ ବିରାଟ ଚାଷୀ ସମାବେଶ କରିବାକୁ ସହମତି ପ୍ରକାଶ ପାଇଥିଲା।
ସମ୍ବଲପୁର କୃଷକ ସଂଗଠନର ବ୍ୟମକେଶ ଠାକୁର, ବିପିନ ଭୋଇ, ସୋନପୁରର କୃଷକ ନେତାର ପ୍ରଦ୍ୟୁମ୍ନ ପାଢ଼ୀ, ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଠା ରମେଶ ମହାପାତ୍ର, ଆଇନ ପରାମର୍ଶଦାତା ଅଜିତ ଶତପଥି, ଭେଡ଼େନ ବ୍ଳକରୁ ଉତ୍ପନ୍ନ ଭୋଇ, ବାରପାହାଡ଼ କୃଷକ ସଂଗଠନର ସଭାପତି ଇଶାନ୍ତ ଭୋଇ, ଭଟଲି କୃଷକ ପରିବାର ଥବିର ସାହୁ, କାରଣ ସାହୁ, ବୀର ସୁରେନ୍ଦ୍ର ସାଏ କୃଷକ ସଂଗଠନର ରବି ଶଂକର ପ୍ରଧାନ, ପାର୍ବତୀଗିରି କୃଷକ ସଂଗଠନର ସୁବାଷ ପ୍ରଧନେ, ରାଜବଡ଼ାସମ୍ବର କୃଷକ ସଂଗଠନର ସୁବାଷ ସାମନ୍ତ ରାୟ, ପଦ୍ମପୁରର କାହ୍ନୁଚରଣ ମେହେର, ଗାଇସିଲେଟ ବ୍ଳକ କୃଷକ ସଂଗଠନ ସଭାପତି ଅରବିନ୍ଦ ପଣ୍ଡା, ମେଳଛାମୁ୍ଣ୍ଡା ଆଂଚଳିକ କୃଷକ ସଂଗଠର ରତୀକାନ୍ତ, କଳାପାଣିର ସୁରେଶ ମେକେଣ୍ଟି, ଏକାଦଶିଆ ସାହୁ, କୋଶଳ ସେନାର ବିରବଳ ମହାକୁର, ବରପାଲି ବ୍ଳକରୁ ତପନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
