ଆଇଆଇଟି-ଜେଇଇ(ମେନ୍) ୨୦୨୬ ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶ ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା

0

ଆଇଆଇଟି-ଜେଇଇ(ମେନ୍) ୨୦୨୬ ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶ ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା , ବରଗଡ଼ର ୩୪ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଉର୍ଦ୍ଧ୍ୱରେ ।

ଦିନେଶ ୯୯.୩୫ ପ୍ରତିଶତ, ଆର୍ୟନ୍ ୯୯.୨୮ ପ୍ରତିଶତ ଏବଂ ଆଶୁତୋଷ ୯୯.୦୫ ପ୍ରତିଶତ ସହ ସଫଳତାର ଶୀର୍ଷରେ। ଖୁସବୁମୟୀ ସର୍ବଭାରତୀୟ ୩୫୪ ରେଙ୍କ ।

୩୬ ଜଣ ଛାତ୍ରଛାତ୍ରୀ ଏନ୍ଆଇଟି ସିଟ୍ ପାଇଁ ଯୋଗ୍ୟ ବିବେଚିତ।

ବରଗଡ଼,୨୧/୦୪(ସଂସ୍କୃତି ମିଡ଼ିଆ)-ସଦ୍ୟ ପ୍ରକାଶିତ ଆଇଆଇଟି-ଜେଇଇ (ମେନ୍- ଦ୍ୱିତୀୟ ପର୍ଯ୍ୟାୟ) ପ୍ରବେଶିକା ପରୀକ୍ଷାରେ ବରଗଡ଼ ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରୁପ୍ ଅନ୍ତର୍ଗତ ବିକାଶ ଆବାସିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। କ୍ରୀଷ୍ଣା ବିକାଶ ଗ୍ରୁପ୍ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବିବେକ ଦାଶରୀ ରାଜ୍ୟରୁ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କ୍ରୀଷ୍ଣା ବିକାଶ, ବରଗଡ଼ର ୩ଜଣ ଛାତ୍ର ୯୯ ପ୍ରତିଶତରୁ ଉର୍ଦ୍ଧ୍ୱରେ, ୧୧ଜଣ ଛାତ୍ରଛାତ୍ରୀ ପ୍ରତିଶତରୁ ଉର୍ଦ୍ଧ୍ୱରେ, ୨୧ଜଣ ୯୭ପ୍ରତିଶତରୁ ଉର୍ଦ୍ଧ୍ୱରେ, ୨୬ଜଣ ୯୬ପ୍ରତିଶତରୁ ଉର୍ଦ୍ଧ୍ୱରେ, ୩୪ଜଣ ୯୫ପ୍ରତିଶତରୁ ଉର୍ଦ୍ଧ୍ୱରେ ୪୦ଜଣ ୯୪ପ୍ରତିଶତରୁ ଉର୍ଦ୍ଧ୍ୱରେ ଏବଂ ୭୮ ଜଣ ଛାତ୍ରଛାତ୍ରୀ ୨୦୨୬ ଜେଇଇର ନିର୍ଦ୍ଧାରିତ କଟ୍ଅଫ୍ ପ୍ରତିଶତରୁ ଉର୍ଦ୍ଧ୍ୱରେ ମାର୍କ ରଖି ପରୀକ୍ଷା ଫଳାଫଳରେ ଶ୍ରେଷ୍ଠ କୃତୀତ୍ୱ ହାସଲ କରି ୨୦୨୬ର ଆଇଆଇଟି – ଜେଇଇ ଆଡ୍ଭାନ୍ସ ପ୍ରବେଶିକା ପରିକ୍ଷା ଦେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର ଅଧ୍ୟକ୍ଷ (ସିନିୟର୍ ସେକେଣ୍ଡାରୀ) ଶ୍ରୀ ଚିତରଞ୍ଜନ ପତି ପରୀକ୍ଷା ଫଳାଫଳ ବିଷୟରେ ସବିଶେଷ ବିବରଣୀ ଦେଇ କହିଛନ୍ତି ଯେ, ଦିନେଶ ଅଗ୍ରୱାଲ ୯୯.୩୫ପ୍ରତିଶତ , ଆର୍ୟନ୍ ମେହେର ୯୯.୨୮ ପ୍ରତିଶତ, ଆଶୁତୋଷ ଥାଟୀ ୯୯.୦୫ପ୍ରତିଶତ, ସମିକ୍ଷା ସାହୁ ୯୮.୫୩ ପ୍ରତିଶତ, ଅଂଶୁମାନ ସିଘଂଲ ୯୮.୪୧%, ଆଶିଷ କୁମାର ମିଶ୍ର ୯୮.୩୯%, ଅଭିନନ୍ଦନ ପତି ୯୮.୩୬ପ୍ରତିଶତ ତପସ୍ୱିନୀ ପ୍ରିୟଦର୍ଶୀନି ୯୮.୩୦ପ୍ରତିଶତ, ଆର୍ଶିବାଦ ପଣ୍ଡା ୯୮.୧୦%, ନିର୍ଲିପ୍ତା କୁରୁକୁରିଆ ୯୮.୦୩ %, ଲିପୁନ ମେହେର ୯୭.୮୮%, ଶ୍ରେୟାଂସ ପଣ୍ଡା ୯୭.୮୬%, ଅଙ୍କିତ ଭୋଇ ୯୭.୫୬%, ଶ୍ରେୟାଂସ ପଟେଲ ୯୭.୪୫%, ଅନ୍ମେଶ ମିଶ୍ର ୯୭.୩୧%, ବିବେକ ଅଗ୍ରୱାଲ ୯୭.୨୩%, ପ୍ରେମାନନ୍ଦ ସାହୁ ୯୭.୨୦%, ଲିଖିତ ମେହେର ୯୭.୧୧%, ଖୁସବୁମୟୀ ପ୍ରଧାନ ୯୭.୧୦%, ପ୍ରିତମ କୁମାର ପ୍ରଧାନ ୯୬.୩୪%, ସ୍ମିତିଶ୍ରୀ ମେହେର ୯୬.୩୨%,ସୋହାନି ନାଏକ ୯୫.୯୦ପର୍ସେଣ୍ଟାଇଲ୍, ଅମ୍ଲାନ ମିଶ୍ର ୯୫.୭୪%, ସିଦ୍ଧାର୍ଥ ଶେଖର ଭୋଇ ୯୫.୭୨%, ସୁସ୍ମିତା ସାହୁ ୯୫.୬୧%, ରୁଦ୍ରାକ୍ସ ବରୁଆ ୯୫.୫୮ପ୍ରତିଶତ, ଅଭିଜିତ ମହାନ୍ତି ୯୫.୫୨%, ସୋହନ ମେହେର ୯୫.୫୦%, ମିହିର ରଞ୍ଜନ ୯୫.୩୪% ସହ ତାଲିକାର ଶ୍ରେଷ୍ଠରେ ରହିଛନ୍ତି। ପଦାର୍ଥ ବିଜ୍ଞାନ ରେ ୯୯ ପ୍ରତିଶତ ରୁ ଉର୍ଦ୍ଧ୍ୱରେ ସାତ ଜଣ, ରସାୟନ ବିଜ୍ଞାନରେ ୯୯ପ୍ରତିଶତ ରୁ ଉର୍ଦ୍ଧ୍ୱରେ ମାର୍କ ନଅ ଜଣ ରଖିଛନ୍ତି ଏବଂ ଗଣିତ ରେ ୯୯ପ୍ରତିଶତ ରୁ ଉର୍ଦ୍ଧ୍ୱରେ ୨ଜଣ ରଖିଥିବା ବେଳେ ୭୮ ଜଣ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଛନ୍ତି। ସେହିପରି କ୍ରିଷ୍ଣା ବିକାଶ ହାଇୟର ସେକେଣ୍ଡାରୀ ସ୍କୁଲରୁ ଜତିନ ସାହୁ ୯୮.୪୬%, ତୋଷ ରଞ୍ଜନ ନାଏକ ୯୭.୧୪%, ପ୍ରଶାନ୍ତ ମିଶ୍ର ୯୬.୫୬%, ପ୍ରିତମ ପ୍ରଧାନ ୯୬.୧୪ପ୍ରତିଶତ , ଦିବ୍ୟାଂଶୁ ରଥ ୯୬.୦୪ପ୍ରତିଶତ ମାର୍କ ରଖିଛନ୍ତି। ଜେଇଇ ମେନ୍ ଦ୍ୱିତୀୟ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ସଫଳତା ପାଇଁ କ୍ରୀଷ୍ଣା ବିକାଶ ଗ୍ରୁପ୍ର ଚେୟାରମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ବିକାଶରେ ଚାଲିଥିବା ସେଣ୍ଟ୍ରାଲାଇଜ୍ଡ୍ ଏଣ୍ଟ୍ରାନ୍ସ୍ ଏକାଡେମୀର ପାଠ୍ୟ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ ବିଗତ ଏକ ଦଶନ୍ଧି ଧରି କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ଜେଇଇ ମେନ୍ସ୍ ଏବଂ ଏଡ୍ଭାନ୍ସ୍ଡ୍ ପ୍ରବେଶିକା ପରୀକ୍ଷାମାନଙ୍କରେ ନିରନ୍ତର ସଫଳତା ପାଇଁ ଅଧ୍ୟକ୍ଷ (ସିନିୟର୍ ସେକେଣ୍ଡାରୀ) ଶ୍ରୀ ଚିତରଞ୍ଜନ ପତି ଓ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ, ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ-ଅଧ୍ୟାପିକାଙ୍କ ପରିଶ୍ରମକୁ ସଫଳତାର ଶ୍ରେୟ ଦେଇଛନ୍ତି ଓ ଆଗାମୀ ଦିନରେ ହେବାକୁ ଥିବା ଆଇଆଇଟି ଜେଇଇ ଏଡ୍ଭାନ୍ସ୍ଡ୍, ଏନ୍ଟିଏ-ନିଟ୍ (ମେଡିକାଲ୍), ସିୟୁଇଟି, ସିଏ, କ୍ଲାଡ୍, ଏନ୍ଡିଏ ଏବଂ ଆଇପିମ୍ୟାଟ୍ ଇତ୍ୟାଦି ପରୀକ୍ଷାମାନଙ୍କରେ କ୍ରୀଷ୍ଣା ବିକାଶ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ସହ ଓଡ଼ିଶା ପାଇଁ ଗୌରବ ଆଣିବେ ବୋଲି ଆଶା ପୋଷଣ କରିଛନ୍ତି। କ୍ରୀଷ୍ଣା ବିକାଶ ଗ୍ରୁପ୍ର ଡାଇରେକ୍ଟର ଟୁ ଚେୟାରମେନ୍ ଅଫିସ୍ ଶ୍ରୀ ଲୋକେଶ ଦଶାରୀ, ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା, ଆବାସିକ ବିଦ୍ୟାଳୟର ଏକ୍ଜିକ୍ୟୁଟିଭ୍ ପ୍ରିନ୍ସିପାଲ୍ ଶ୍ରୀ ଶିଶିର ପ୍ରସାଦ ରାଉଳ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ଡ.ମନୋଜ କୁମାର ତ୍ରିପାଠୀ ସମସ୍ତ ସଫଳ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!