ଯକ୍ଷ୍ମାରୋଗୀଙ୍କୁ ପୋଷ୍ୟ ରୂପେ ଗ୍ରହଣ କଲେ ଲାୟନ୍ସ ସହ ଅତାବିରା ସ୍ୱାସ୍ଥ୍ୟ ବିଭାଗ
ଅତାବିରା ,୬/୫-(ସଂସ୍କୃତି ମିଡ଼ିଆ)- ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଅର୍ନ୍ତଗତ ସେବା ମାଧ୍ୟମରେ ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ ପ୍ରୟାସ ଅବ୍ୟାହତ ରହିଛି l ଏହାକୁ ଅଞ୍ଚଳରୁ ଦୂର କରିବା ପାଇଁ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଚିତ୍ତରଞ୍ଜନ ଜେନାଙ୍କ ତତ୍ୱାବଧାନରେ ଲଗାତାର ଉଦ୍ୟମ କରାଯାଉଛି l ତେବେ ଜନସଚେତନତା ନିତାନ୍ତ ଆବଶ୍ୟକ l ଯକ୍ଷ୍ମା ରୋଗର ଶିଘ୍ର ଚିହ୍ନଟ ଏବଂ ସଚେତନ ହୋଇ ଔଷଧ ସେବନ ହେଉଛି ଏହି ରୋଗକୁ ନିୟନ୍ତ୍ରଣ କରିବାର ମୂଖ୍ୟ ଉପାୟ ବୋଲି ବୁଧବାର ଅନୁଷ୍ଠିତ ପୌଷ୍ୟ ଗ୍ରହଣ ସଭାରେ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି l
ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ନୂତନ ଭାବେ ବ୍ଲକର ବିଭିନ୍ନ ଗ୍ରାମର ୫୦ରୁ ଉର୍ଦ୍ଧ୍ୱ ଜଣ ଯକ୍ଷ୍ମାରୋଗୀ ପୀଡ଼ିତା ପୀଡ଼ିତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କୁ ଗୋଡ଼ଭଗା, ଅତାବିରା ଏବଂ ସମ୍ବଲପୁର ଲାୟନ୍ସ କ୍ଲବ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି । ସମସ୍ତଙ୍କୁ ନିକ୍ଷୟ ମିତ୍ର ରୂପେ ୬ମାସର ପୁଷ୍ଟିକର ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ଯକ୍ଷ୍ମାରୋଗୀଙ୍କୁ ପୋଷ୍ୟ ରୂପେ ଗ୍ରହଣ କରି ତାଙ୍କର ଚିକିତ୍ସାଧୀନ ସମୟରେ ପୃଷ୍ଟିକର ଖାଦ୍ୟର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କୁହାଯାଇଛି । ଏହି ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ରବିନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଯକ୍ଷ୍ମା ପୀଡ଼ିତ ଙ୍କୁ ସଚେତନତା ବାର୍ତ୍ତା ଦେଇ ବୁଝାଇଥିଲେ l ଏଥିରେ ଅନ୍ୟତମ ଅତିଥିଭାବେ ଡ଼ା.ଚିତ୍ତରଞ୍ଜନ ଜେନା, ପ୍ରଭାସ କୁମାର ରଥ, ସନ୍ତୋଷ କୁମାର ପୁରୋହିତ,ଦେବବ୍ରତ ରଥ ଏବଂ ସମ୍ବଲପୁର ଲାୟନ୍ସ କ୍ଲବର ଲାୟନ ରୀନା ପୁରୀ, ଯୁଗ୍ମ ସମ୍ପାଦିକା ସରିତା ଶତପଥି, ସମ୍ବଲପୁର ଜିଲା ଗଭର୍ଣ୍ଣର ଚରଂଜିତ କୌର ହୁରା (ପ୍ରଥମ ଭିଡିଜି) ଯୋଗ ଦେଇ ୫୦ ଜଣ ଯକ୍ଷ୍ମା ପୀଡ଼ିତଙ୍କୁ ପୌଷ୍ୟ ଭାବେ ଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିଥିଲେ l ଡ଼କ୍ଟର ଚିତ୍ତରଞ୍ଜନ ଜେନା ଯକ୍ଷ୍ମା ରୋଗୀମାନଙ୍କୁ ନିକ୍ଷୟ ମିତ୍ରା ହୋଇ ନିଜ ଶକ୍ତିମୁତାବକ ସାହାର୍ଯ୍ୟ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
