ଦୁଇ ଚୋରଙ୍କୁ କାବୁ କଳା ଅତାବିରା ପୋଲିସ
ଅତାବିରା, ୮/୫(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ଥାନା ପୋଲିସ ୨ ଚୋରୀ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ଉଦ୍ଧାର କରିବାରେ ଶୁକ୍ରବାର ସଫଳ ହୋଇଛି l ଗିରଫ ଚୋରୀ ଅଭିଯୁକ୍ତଦ୍ୱୟ ହେଲେ ଅତାବିରା ଥାନା ମାର୍କେଟପଡ଼ାର ତରୁଣ ବାଙ୍କା (୨୬) ଓ ରେଙ୍ଗାଲିପାଲିର ରୋନକ ଦାସ (୨୨) l
ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗତ ୬ ତାରିଖ ବୁଧବାର ଦିନ ବିଳମ୍ବିତ ରାତ୍ରିରେ ଲାଦେରପାଲି ସ୍ଥିତ କିଶୋର ଚନ୍ଦ୍ର ପ୍ରଧାନଙ୍କ ଦୋକାନ ଆଜବେଷ୍ଟସ୍ ଭାଙ୍ଗି ତାଙ୍କ ଦୋକାନରୁ ପ୍ରାୟ ୧୨୦୦୦ ଟଙ୍କା ମୂଲ୍ୟର ସାମଗ୍ରୀ କୌଣସି ଅଜଣା ଦୁର୍ବୁତ୍ତ ଚୋରୀ କରି ନେଇଯାଇଥିବା ଥାନାରେ ୭ ତାରିଖ ଗୁରୁବାର ଅଭିଯୋଗ କରିଥିଲେ l ଏ ନେଇ ଅତାବିରା ପିଏସ୍ କେସ୍ ନଂ-୧୭୫ ତାରିଖ.୦୭.୦୫.୨୦୨୬. ୟୁ/ଏସ୍-୩୩୧(୪)/୩୦୫(ଏ) ବିଏନ୍ଏସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା l ଏହି ଚୋରୀରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ତରୁଣ ଏବଂ ରୋନକ ଙ୍କୁ ଗିରଫ କରି ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ଏଥିରେ ବ୍ୟବହୃତ ଗୋଟିଏ ମୋଟର ସାଇକେଲ ପଞ୍ଜିକରଣ ନମ୍ବର- OD15Y5638 ବାଇକ କୁ ଜବତ କରାଯାଇଛି ବୋଲି ଅତାବିରା ଆଇଆଇସି ପ୍ରକାଶ କର୍ଣ୍ଣ କହିଛନ୍ତି l
