ସୁନ୍ଦରଗଡ଼ ମାହେଶ୍ଵରୀ ଗ୍ରୃପ ଅଫ୍ ଇନଷ୍ଟିଚ୍ୟୁସନର ୧୪ତମ ବାର୍ଷିକ ଉତ୍ସବ

0

ସୁନ୍ଦରଗଡ଼, ୧୩/୫( ସଂସ୍କୃତି ମିଡ଼ିଆ )- ବିଫଳତା ହିଁ ସଫଳତାର ଚାବିକାଠି l ବିଫଳ ହୋଇଗଲେ ହାର ମାନି ନ ଯାଇ କିଭଳି ସକାରାତ୍ମକ ଭାବନା ସହ କଠିନ ପରିଶ୍ରମ କରି କିଭଳି ସଫଳତା ହାସଲ କରିହେବ ତାହାକୁ ହୃଦୟଙ୍ଗମ କରିବା ନିତାନ୍ତ ଆବଶ୍ୟକ l ସୁନ୍ଦରଗଡ଼ ଜିଲା କିରେଇ ସ୍ଥିତ ମାହେଶ୍ଵରୀ ଗ୍ରୃପ ଅଫ୍ ଇନଷ୍ଟିଚ୍ୟୁସନର ନୂତନ କମ୍ପେକ୍ସ ରେ ବୁଧବାର ଅନୁଷ୍ଠିତ ୧୪ତମ ବାର୍ଷିକ ଉତ୍ସବରେ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି l


ଯେଉଁ ପିଲାମାନେ ଆମର ନର୍ସିଂକୁ କ୍ୟାରିୟର ଭାବେ ଗ୍ରହଣ କରିଛନ୍ତି ତାକୁ ଗୋଟାଏ ଜୀବନର ଆଦର୍ଶ, ବ୍ରତ ବୋଲି ଗ୍ରହଣ କରିଛନ୍ତି ସେମାନେ ପ୍ରସ୍ତୁତ ହେଉଛନ୍ତି ଦେଶର ଜଣେ ଜଣେ ସୈନିକ l ନର୍ସିଂ ଏପରି ଏକ ପାଠ୍ୟକ୍ରମ ଯେଉଁ ପାଠ୍ୟକ୍ରମ ବର୍ତ୍ତମାନ ସ୍ୱାସ୍ଥ୍ୟ ସେବାରେ ସେହି ନର୍ସ ଆଗ ଧାଡ଼ିର ସୈନିକ l ନର୍ସିଂ ଅଫିସରମାନେ ନିଜ ଜୀବନକୁ ଉତ୍ସର୍ଗୀକୃତ କରି ରୋଗୀଙ୍କ ନିରସ୍ଵାର୍ଥପ ସେବା କରିଥାନ୍ତି l ରୋଗୀଙ୍କ ସମ୍ପର୍କୀୟ ହେଉ ବା ନିଜେ ରୋଗୀ ନର୍ସ ଙ୍କୁ ନିଜ ମନ କଥା ଖୋଲି କହିଲେ ଚିକିତ୍ସାରେ ଉନ୍ନତି ପରିଲକ୍ଷିତ ହେବ l ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନର୍ସର ଭୂମିକା ଗୁରୁତ୍ଵପୂର୍ଣ୍ଣ l ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ନର୍ସ ହିଁ ସମ୍ପର୍କରେ ସେତୁ। ଯେଉଁ ରୋଗୀଙ୍କୁ ଔଷଧ କାମ ଦିଏ ନାହଁ ତାଙ୍କୁ ଜଣେ ନର୍ସଙ୍କ ଆନ୍ତରିକ କଥାବାର୍ତ୍ତା, ସେବା ଓ ହୃଦୟତାର ସହ ସ୍ବର୍ଶ ଭଲ କରି ଦେଇଥାଏ ବୋଲି ବୁଧବାର ସନ୍ଧ୍ୟାରେ ସୁନ୍ଦରଗଡ଼ ମାହେଶ୍ଵରୀ ଗ୍ରୃପ ଅଫ୍ ଇନଷ୍ଟିଚ୍ୟୁଟସନର ୧୪ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ପାଥୋଲୋଜି ମୁଖ୍ୟ ପ୍ରଫେସର ଡ଼ା. ପ୍ରଣତି ମହାନ୍ତି ଯୋଗ ଦେଇ ମତ ବ୍ୟକ୍ତ କରିଛନ୍ତି l ମାହେଶ୍ଵରୀ ଗ୍ରୃପ ଅଫ୍ ଇନଷ୍ଟିଚ୍ୟୁଟସନର ଚେୟାରମ୍ୟାନ ଫକୀର କର୍ଣ୍ଣଙ୍କ ଅଧ୍ୟକ୍ଷତା ତଥା ଅଧ୍ୟାପକ ସାଜନ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକୋତ୍ସବରେ ଅନୁଷ୍ଠାନର ଚେୟାରମ୍ୟାନ ତଥା ପ୍ରତିଷ୍ଠାତା ଫକୀର କର୍ଣ୍ଣ ସ୍ୱାଗତ ଭାଷଣ ପ୍ରଦାନ କରି ସମସ୍ତଙ୍କ ମଙ୍ଗଳ କାମନା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ l 100 ଶଯ୍ୟା ବିଶିଷ୍ଠ ମାଗଣା ସେବା ହସ୍ପିଟାଲ ଖୋଲିବା ଲକ୍ଷ୍ୟ ରହିଥିବା ଚେୟାରମ୍ୟାନ ଶ୍ରୀ କର୍ଣ୍ଣ କହିଥିବା ବେଳେ ବେଳେ ସମ୍ପାଦିକା ସନ୍ତୋଷିନୀ କର୍ଣ୍ଣ ଉପସ୍ଥିତ ବିଦ୍ୟାର୍ଥୀଙ୍କୁ ସମ୍ୱୋଧିତ କରିଥିଲେ l ଏହି ଉତ୍ସବରେ ସୁନ୍ଦରଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ସହକାରୀ ପ୍ରଫେସର ନୂତନ ଖମାରୀ ମୁଖ୍ୟ ବକ୍ତା ଏବଂ ବୁର୍ଲା ଭିସୁଟ (VSSUT)ର ରେଜିଷ୍ଟାର ପ୍ରଦୀପ ଡାଙ୍ଗ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଛାତ୍ରୀଛାତ୍ରଙ୍କୁ ଉଦବୋଧନ ଦେଇଥିଲେ l

ପ୍ରାରମ୍ଭରେ ଶ୍ରୀ ଗଣେଶ ଭଗବାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉତ୍ସବକୁ ଅତିଥିଗଣ ଶୁଭାରମ୍ଭ କରିଥିଲେ l ମାହେଶ୍ଵରୀ ଗ୍ରୃପ ଅଫ୍ ଇନଷ୍ଟିଚ୍ୟୁଟସନର ଯୁକ୍ତ ୨ ବିଜ୍ଞାନରେ କୃତୀତ୍ୱ ହାସଲ କରିଥିବା ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଦ୍ୟାର୍ଥୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l କଣ୍ଠଶିଳ୍ପୀ ରୁକୁ ସୁନା ଓ ସାଥି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଅନୁଷ୍ଠାନର ବିଦ୍ୟାର୍ଥୀ ମାନେ ୨୫ ପ୍ରକାରର ରଙ୍ଗାରଙ୍ଗ ଡ୍ୟାନ୍ସ ପ୍ରଦର୍ଶିତ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!