କାହା କବଜାରେ ଅତାବିରା ମାର୍କେଟ ୟାର୍ଡ଼ ମଣ୍ଡିରେ ଫଲ୍ସ ଏଣ୍ଟ୍ରି ଅଭିଯୋଗ
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 43;
ଅତାବିରା, ୧୦/୬(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମସି)ରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଜି ଗୁରୁବାର ମାସେ ବିତି ଯାଇଛି । ମେ’ ୧୧ ରେ ଧାନ କିଣାବିକା ପାଇଁ ମଣ୍ଡି ଖୋଲିଥିଲା l ଏହା ଭିତରେ ଗୋଟିଏ ମାସ ବିତି ଯାଇଛି l ଏ଼ହାସତ୍ତ୍ବେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ଅନେକ ଚାଷୀଙ୍କ ଧାନକୁ କ୍ରୟ କରାଯାଉ ନାହିଁ। ଅନ୍ୟପକ୍ଷରେ ମଣ୍ଡିକୁ ଆସି ନ ଥିବା ଧାନ ବେପାରୀ ମାଧ୍ୟମରେ ସିଧାସଳଖ ଜିଲାର କେତେକ ରାଇସ ମିଲକୁ ଯାଉଥିବା ଏବଂ ମଣ୍ଡିରେ ଫଲ୍ସ ଏଣ୍ଟ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଯାହାର ଜ୍ଜଳନ୍ତ ଉଦାହରଣ ହେଉଛି କି ମଣ୍ଡି ଗୁଡିକରେ ଦିନକୁ ଦିନ ଧାନ ବଳକା ବଢିବାକୁ ଲାଗିଥିବା ବେଳେ ଅତାବିରା ଅଞ୍ଚଳର ବିଭିନ୍ନ ରାଇସ ମିର୍ଲସ ହେଡ଼ ସମ୍ମୁଖରେ ଶହ ଶହ ଧାନ ବୋଝେଇ ଗାଡ଼ି ଦିନ ରାତି ଅଟକି ରହୁଛି l ଯଦି ମଣ୍ଡିରେ ଧାନ ବିକ୍ରି ହୋଇ ନ ପାରି ବଢ଼ିବାରେ ଲାଗୁଛି ତେବେ ଏତେ ଧାନ ଗାଡ଼ି ସିଧାସଳଖ ମିଲ ଗୁଡିକୁ ଆସୁଛି କିଭଳି ବୋଲି ଚାଷୀ ମହଲରେ ପ୍ରଶ୍ନ ହେଉଛି l
ଏପରିକି ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ପଡ଼ି ରହିଥିବା ଧାନକୁ ଉଠାଇବା ପାଇଁ ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ ସହ ଆନ୍ଦୋଳନକୁ ମଧ୍ୟ ଓହ୍ଲାଉଛନ୍ତି। ତଥାପି ସ୍ଥାନୀୟ ପ୍ରଶାସନ ଏବଂ ଜନ ପ୍ରତିନିଧି ନିର୍ବିକାର ରହିଥିବା ଅଭିଯୋଗ କରି ଚାଷୀ ଅସନ୍ତୋଷ ବଢି ଚାଲିଛି। ଅତାବିରା ମଣ୍ଡିରେ ଦଲାଲ ରାଜ ମଧ୍ୟ ବଢ଼ିବାରେ ଲାଗିଛି l ଦଲାଲ କହିଲେ ଯାହିଁ ଧାନ ଉଠୁଥିବା କେତେକ ଚାଷୀ କହୁଛନ୍ତି l ଯେଉଁ ଚାଷୀଙ୍କ ଧାନ ମଣ୍ଡିରେ ପଡ଼ି ରହିଛି ସେମାନଙ୍କ ଧାନ କେବେ ଉଠିବ ସେହି ଆଶାରେ ଭଗବାନ ଭରସାରେ ରହିଛନ୍ତି l ପରିଚୟ ଦେଇ ଅଭିଯୋଗ କଲେ କାଳେ ସେମାନଙ୍କ ଧାନ ଉଠିବାରେ ଅଧିକାରୀ କାଳ ବିଳମ୍ବ କରିବେ ସେହି ଭୟରେ ଅସହାୟ ଚାଷୀ ସବୁ ସହି ଚୁପ୍ ରହୁଛନ୍ତି l
ଅପରପକ୍ଷରେ କାଳ ବୈଶାଖୀ ବର୍ଷା କେବେ କିଭଳି ହଠାତ ଆସି ଯାଉଥିବା ବେଳେ ମୁଣ୍ଡ ଉପରେ ଥିବା ମୌସୁମୀ ବର୍ଷା ଆସିଯିବାର ଆଶଙ୍କରେ ଏ ଅଞ୍ଚଳର ଚାଷୀମାନଙ୍କ ଚିନ୍ତା ବଢିଯାଇଛି। ଏହି କ୍ରମରେ ବୁଧବାର ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଚାଷୀ ମାନଙ୍କୁ ନେଇ ଏକ ବୈଠକ ବସିଛି l ଶୀଘ୍ର ଚାଷୀଙ୍କ ଧାନ ଉଠାଇବାକୁ ଏବଂ ମୌସୁମୀ ବର୍ଷା କାରଣରୁ ଯେମିତି ଅମଳ ଧାନ ନଷ୍ଟ ନ ହେବ, ସେଦିଗରେ ପଦକ୍ଷେପ ନେବା ପାଇଁ ଦାବି କରା ଯିବ ବୋଲି ଆଲୋଚନା କରାଯାଇଛି।
ପ୍ରକାଶ ଯେ, ଅନ୍ୟବର୍ଷ ତୁଳନାରେ ଏଥର ଜିଲାରେ ଅଧିକ ଚାଷୀ ପଞ୍ଜୀକୃତ ହୋଇଛନ୍ତି। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟା ବହୁତ ମନ୍ଥର ଗତିରେ ଚାଲିଛି। ଗୋଟିଏ ପଟେ ପାଣିପାଗ ବିଭାଗ ଆଗୁଆ ମୌସୁମୀ ବର୍ଷାର ସତର୍କ ଦେଇଥିବା ବେଳେ ରାଜ୍ୟରେ ଧାନକିଣା ପ୍ରସଙ୍ଗକୁ ନେଇ ସରକାର ସେଭଳି ତତ୍ପରତା ଦେଖାଇ ନଥିବା ଅଭିଯୋଗ ହୋଇଛି।
କିଛି ଦିନ ହେଲା ଅଦିନିଆଁ ଝଡବତାସ ସହ କ୍ଷଣି କ୍ଷଣିକେ ବର୍ଷା କାରଣରୁ ବହୁ ଚାଷୀ ଚିନ୍ତାରେ ଅଛନ୍ତି ଏବଂ ଯେଉଁ ଧାନ ସୁରକ୍ଷିତ ଅଛି, ତାହା ବିକ୍ରି କରିବା ପାଇଁ ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧୀନ ମଣ୍ଡି ଗୁଡିକରେ ବୁଧବାର ସନ୍ଧ୍ୟା ସୁଦ୍ଧା ଲକ୍ଷାଧିକ ବସ୍ତା ଧାନ ବିକ୍ରିରେ ଅପେକ୍ଷାରେ ରହିଛି। ମୁଖ୍ୟ ଅତାବିରା ସହ ଅନ୍ୟ କିଛି ମଣ୍ଡିରେ ଖୋଲା ଆକାଶ ତଳେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି। କେବଳ ଖଣ୍ଡିଏ ତାଳପଲିଥିନ ଭରସାରେ ଚାଷୀଙ୍କ ଧାନ ଖୋଲା ଆକାଶରେ ରହିଛି l ପ୍ରବଳ ବର୍ଷା ହୋଇଗଲେ ଗତ କିଛିଦିନ ତଳେ କଳାପାଣି ମଣ୍ଡିରେ ଯେଭଳି ମଣ୍ଡିର ଧାନ ବସ୍ତା ରୁ ଗଜା ବାହାରି ପଡିଥିଲା ସେପରି ଘାଟଣ ଯେ ଅତାବିରା ମଣ୍ଡିରେ ନ ହେଉ ବୋଲି ଚାଷୀ କହୁଛନ୍ତି l ଅନ୍ୟ ପଟେ ମଣ୍ଡିରେ ସ୍ଥାନର ଅଭାବ ହେଉ ବା ଟୋକନ ଆସିବାରେ ବିଳମ୍ବ ହେଉ ବହୁ ଚାଷୀମାନଙ୍କ ଖଳା କିମ୍ବା ଘରେ ମଧ୍ୟ ଅସୁରକ୍ଷିତ ଭାବରେ ଧାନ ରହିଛି। ଏଣୁ ଅତି ସମ୍ବେଦନଶୀଳ ଭାବେ ବିଚାର କରି ଚାଷୀଙ୍କ କଷ୍ଟୋପାର୍ଜିତ ସମସ୍ତ ଧାନକୁ ତୁରନ୍ତ କ୍ରୟ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଥମେ ତୁରନ୍ତ ବିଜ୍ଞାପନ ଦେଇ ଚାଷୀମାନଙ୍କ ସମସ୍ତ ଧାନ ମଣ୍ଡିକୁ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯିବା, ଧାନ ଯେମିତି ସୁରକ୍ଷିତ ରହିବା ତାହାର ସୁବ୍ୟବସ୍ଥା କରିବା, ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଚାଷୀଙ୍କ ଧାନ କିଣାଯିବା, ଦଲାଲମୁକ୍ତ ମଣ୍ଡି ବ୍ୟବସ୍ଥା କରି ଧାନ ନେବାର ଅନୁମତି ପାଇଥିବା ରାଇସ ମିଲ ମାନଙ୍କୁ ତୁରନ୍ତ ଧାନ ଉଠାଇବା ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି। ଧାନ କୁଇଣ୍ଟାଲ ପ୍ରତି ୩୧ଶହ ଟଙ୍କା ପାଇବା ପାଇଁ ଅଧିକ ଚାଷୀ ପଞ୍ଜିକରଣ ହୋଇଛନ୍ତି, ଫଳରେ ଯେଭଳି ସମସ୍ତ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ପାରିବେ, ସେ ଦିଗରେ ପଦକ୍ଷେପ ନିଆଯାଉ ବୋଲି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି ।
ଏନେଇ ଚାଷୀ ନେତା ବୀରେନ୍ଦ୍ର କରଙ୍କୁ ପଚାରିବାରୁ ଧାନ ଉଠାଣ ନେଇ ମନ୍ଥରତା ରହିଛି l ଏଥିପାଇଁ ଆମେ ଚାଷୀ ସମାଜ ଚିନ୍ତିତ l ମଣ୍ଡିଗୁଡିକୁ ଅଧିକରୁ ଅଧିକ ଟାର୍ଗେଟ ଦେବା ଓ ମଣ୍ଡିକୁ ଆଣୁଥିବା ଚାଷୀଙ୍କ ଧାନ ତୁରନ୍ତ ଉଠାଇବାକୁ ପ୍ରଶାସନ ପାଖରେ ଦାବୀ କରୁଛି l ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ମଧ୍ୟ ଏନେଇ ବୁଧବାର ରାତ୍ରିରେ ବୈଠକ ଚାଲିଛି l ଯାହା ନିଷ୍ପତ୍ତି ନିଆଯବ ସ୍ମାରକ ପତ୍ର ମାଧ୍ୟମରେ ଜିଲା ପ୍ରଶାସନ ପାଖରେ ଉପସ୍ଥାପନ କରାଯିବ ବୋଲି ଶ୍ରୀ କର କହିଥିଲେ l ସେହିପରି ଅତାବିରା ମଣ୍ଡି ଇନଚାର୍ଜ ଅଜୟ ବେହେରାଙ୍କୁ ପଚାରିବାରୁ ମଣ୍ଡିରେ ଫଲ୍ସ ଏଣ୍ଟ୍ରି ହେଉ ନାହିଁ କି ଦଲାଲ ଚାପରେ ଆମ୍ଭେ ନାହୁଁ l ଯେଭଳି ଏଣ୍ଟ୍ରି ହେବା କଥା ସେଭଳି ଏଣ୍ଟ୍ରି କରି ଟାର୍ଗେଟ ଅନୁସାରେ ଉଠାଣ ହେଉଛି l ବର୍ଷାରୁ ରକ୍ଷା ପାଇଁ ତାରପୋଲିନ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ବେହେରା କହିଥିଲେ l
