ଓଡ଼ିଶା ରାଜ୍ୟ କୃଷକ ସଂଗଠନର ବୈଠକ;ଶୁକ୍ରବାର ଦିନ ମଧ୍ୟରେ ସମସ୍ତ ଟୋକନ ନଆସିଲେ ରାସ୍ତାରୋକ
ଅତାବିରା, ୧୦/୬: ଜୁନ ଶେଷ ସୁଦ୍ଧା ରବି ଧାନ ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଆଉ ଦିନ କୋଡ଼ିଏଟା ପରେ ରବି ଧାନ ସଂଗ୍ରହ ଶେଷ କରିବ। ହେଲେ ବହୁ ଚାଷୀଙ୍କ ଦ୍ବିତୀୟ, ତୃତୀୟ ଟୋକନ ଆସି ନାହିଁ। ଜମି ପରିମାଣ ଅନୁଯାୟୀ କମ୍ ଟୋକନ ଆସିଥିବା ଚାଷୀଙ୍କୁ ବାକିତମ ଟୋକନ ମଧ୍ୟ ଆସି ନାହିଁ। ଏ ନେଇ ଅତାବିରା ବ୍ଳକ କାର୍ଯ୍ୟାଳୟରେ ଗତ ୧ ତାରିଖ ହୋଇଥିବା ଜିଲ୍ଲାପାଳଙ୍କ ଚାଷୀଙ୍କ ସମସ୍ତ ଟୋକନ ଦେବାକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ପକ୍ଷରୁ ଦାବି ପତ୍ର ଦିଆଯାଇଥିଲା। ୫/ ୬ ମଧ୍ୟରେ ସମସ୍ତ ଚାଷୀ ସଂପୃକ୍ତ ପ୍ୟାକ୍ସମାନଙ୍କରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଆଜି ଯାଏଁ ଟୋକନର ନାଁ ଗନ୍ଧି ନାହିଁ। ଆଗାମୀ ଶୁକ୍ରବାର ଦିନ ପର୍ଯ୍ୟନ୍ତ ସମସ୍ତ ଟୋକନ ନ ଆସିଲେ ଯେକୌଣସି ଦିନ ମଧ୍ୟରେ ରାସ୍ତାରୋକ କରାଯିବ ବୋଲି ବୁଧବାର ଅତାବିରା ମୁଖ୍ୟବଜାର ପ୍ରାଙ୍ଗଣରେ ସଂଗଠନର ବୈଠକରେ ନିଷ୍ପତ୍ତି ହୋଇଛି। ବର୍ତ୍ତମାନର ସୁଦ୍ଧା ୪୫ ପ୍ରତିଶତ ଧାନ ସଂଗ୍ରହ ହୋଇଥିବା ବେଳେ ବହୁ ଚାଷୀଙ୍କ ଟୋକନ ଆସି ନାହିଁ। ଚଳିତ ରବି ଫସଲରେ ବହୁ ଚାଷୀଙ୍କ ପଂଜୀକୃତ ଜମି ପରିମାଣଠାରୁ କମ୍ ପରିମାଣର ଟୋକନ ଆସିଥିଲା। ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ଲିଖିତ ଅଭିଯୋଗ ଦେଲେ, ହେଲେ ଆଜି ଯାଏଁ ସମସ୍ତ ଟୋକନ ଆସ ନାହିଁ। ମଣ୍ଡିମାନଙ୍କରେ ଟାର୍ଗେଟ କମ ଦିଆଯାଉଛି। ଆଉ ୪/୫ ଦିନ ମଧ୍ୟରେ ମୌସୁମୀ ଆସିବାକୁ ଥିବା ପାଣିପାଗ ବିଭାଗ ଆଗୁଆ ସୂଚନା ଦେଲାଣି। ଟୋକନ ଆସିବା ଆଶାରେ ମଣ୍ଡିରେ ଚାଷୀ ଧାନ ରଖିଛି। ଏପରି ସ୍ଥଳରେ ଟୋକନ ନ ଆସିଲେ କିପରି ଧାନ ବିକିବ ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଚାଷୀଙ୍କୁ ଶାସନ, ପ୍ରଶାସନ ବାରମ୍ବାଛିରର ହଇରାଣ ହରକତ କରୁଛନ୍ତି। ଯଦି ଚାଷୀଙ୍କ ନ୍ୟାର୍ଯ୍ୟ ଦାବିକୁ ସରକାର କର୍ଣ୍ଣପାତ ନ କଲେ ଶନିବାର ପରଠୁ ଯେକୌଣସି ମୁହୂର୍ଣ୍ଣରେ ରାସ୍ତାରୋକ କରାଯିବ ବୋଲି ସଂଗଠନ ପକ୍ଷର ନିଷ୍ପତ୍ତି ହୋଇଛି। ବୈଠକରେ ସଭାପତି ଭୁବନ ପ୍ରଧାନ, ସଂପାଦକ ନରେନ୍ଦ୍ର ପ୍ରଧାନ, ଚାଷୀନେତା ବୀରେନ୍ଦ୍ର କର, ବୁଦ୍ଧଦେବ ନନ୍ଦ, ମନୋରଂଜନ ସାହୁ, ଅଶ୍ବିନୀ ତ୍ରିପାଠୀ, ସଂସାର ଭୋଇ, ହରେନ୍ଦ୍ର ସ୍ବାଇଁ, ଦେବେନ୍ଦ୍ର ସାହୁ, ସୁରେଶ କର୍ଣ୍ଣ, ସମୀର ପ୍ରଧାନ, ରାଜେଶ ପ୍ରଧାନ, ଗୁରୁଦେବ ଭୋଇ, ବି ପାପାରାଓ, ସଂକ୍ରାନ୍ତି ଭେଙ୍କଟେଶ୍ବର ରାଓ, ଭି କ୍ରିଷ୍ଣ ମୂର୍ତ୍ତି, ଦଶରଥ ଭୋଇ, ଏମ୍ ସତ୍ୟ ପ୍ରକାଶ, ଜେ ସୂର୍ଯ୍ୟପ୍ରକାଶ, କେ ରାମ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।
