ଗୋଡ଼ଭଗାରେ ଏନଏଚଆଇ ପକ୍ଷରୁ “ଏକ ପେଡ ମା କେ ନାମ”
ଗୋଡ଼ଭଗା,୨୫/୬-(ସଂସ୍କୃତି ମିଡ଼ିଆ)- ସମ୍ବଲପୁର ବରଗଡ଼ ଟୋଲୱେର ଏକ ଟିମ ଗୋଡ଼ଭଗା ଛକ ଠାରେ “ଏକ ପେଡ ମା କେ ନାମ” ଅଭିଯାନ ଅବସରରେ ଗୁରୁବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ପର୍ଯ୍ୟାବରଣ ସଂରକ୍ଷଣ ତଥା ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଅମିତ କୁମାର ଗୁପ୍ତା ଆନୁଷ୍ଠାନିକ ଭାବେ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ତାଙ୍କ ସହ କୃଷି ଅଧିକାରୀ ବ୍ରହ୍ମାଦିତ୍ୟ ସାହୁ, ସମ୍ବଲପୁର ବରଗଡ଼ ଟୋଲୱେ ର ପ୍ରୋଜେକ୍ଟ ମୁଖ୍ୟ ଜି. କ୍ରାନ୍ତି କୁମାର, ଜନ ସମ୍ପର୍କ ଅଧିକାରୀ ସୁବାଷ ବାରିକ, ରକ୍ଷଣାବେକ୍ଷଣ ମୁଖ୍ୟ ଉମାକାନ୍ତ ବାରିକ, ରମେଶ ବୋରକର, ମାନବ ସମ୍ବଳ ଅଧିକାରୀ
(ଏଚ. ଆର୍) ଅକ୍ଷୟ କୁମାର ସାହୁ, ଏକାଉଣ୍ଟାଣ୍ଟ ବିକ୍ରମ ଥାପା, ଅଶ୍ୱିନ୍ଦର ପୂରୀ, ରମେଶ ଗୁପ୍ତା, ସିଭିଲ ଇଞ୍ଜିନିଅର ସଂଜୀବ ବେହେରା, ସାଇଡ ଇଞ୍ଜିନିଅର କିଶୋର ବେହେରା, ତଥା ପେଟ୍ରୋଲିଙ୍ଗ ଟିମର ସମସ୍ତ ସଦସ୍ୟ ଉପସ୍ଥିତ ରହି ପ୍ରାୟ ଦୁଇ ଶହ(୨୦୦)ଟି ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ। ଏହି ବୃକ୍ଷରୋପଣର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜାତୀୟ ରାଜପଥରେ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଗଛର ଫଳ ଓ ଗଛ ଛାଇର ଉପଭୋଗ କରିବା ସହ ଗ୍ଲୋବାଲ ୱାର୍ମି କୁ ପ୍ରଭାବିତ ନକରିବା ଓ ପର୍ଯ୍ୟାବରଣକୁ ସନ୍ତୁଳିତ ଯେପରି ନହେବ ସେଥିପ୍ରତି ଜନ ଜାଗୃତା ବୃଦ୍ଧି କରିବା ମୁଖ୍ୟ ଉଦ୍ଦେଶ୍ୟ । ଜାତୀୟ ରାଜପଥ PD କାର୍ଯ୍ୟକ୍ରମ ପରେ କହିଥିଲେ ଯେ, ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଏକ ଔପଚାରିକତା ନୁହଁ, ଏହା ହେଉଛି ଆଗାମୀ ପୀଢ଼ି ପାଇଁ ସାମାଜିକ ଦାୟିତ୍ୱ । ଶେଷରେ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସାଙ୍ଗ କରାଯାଇଥିଲା।
