ଯୁବ ସ୍ୱାଭିମାନ ଦିବସ ଅବସରରେ କଂଗ୍ରେସ ଅନୁସୂଚିତ ଜାତି ସମ୍ମିଳନୀ
ଅତାବିରା , ୨୦/୮(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲ୍ଲା କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଦ୍ୱାରା ଜାତୀୟ “ଯୁବ ସ୍ୱାଭିମାନ ଦିଵସ” ଅବସରରେ ଏକ ସମ୍ମିଳନୀ ସ୍ଥାନୀୟ ଲାଦେରପାଲି ସ୍ଥିତ ମାଁ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଅଭିଷେକ ସେଟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପ୍ରଦେଶ୍ କଂଗ୍ରେସ କମିଟିର ଅନୁସୂଚିତ ଜାତି ଅଧ୍ୟକ୍ଷ ଆଇନଜୀବୀ ମାନସ ମଲ୍ଲିକ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ପ୍ରାର୍ଥୀ ନିପନ ଦାଶ, ଭଟିଲି ବିଧାୟକ ପ୍ରାର୍ଥୀ ବ୍ରହ୍ମା ମହାକୁଡ଼, ପ୍ରଦେଶ କଂଗ୍ରେସ କମିଟି ରାଜିବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ସାଧାରଣ ସମ୍ପାଦକ ପାଣ୍ଡବ କର୍ଣ୍ଣ, ଜିଲ୍ଲା ଯୁବକଂଗ୍ରେସ ସଭାପତି ଅମିତ୍ ଆଚାର୍ଯ୍ଯ, ଦୟାସାଗର ମେଣ୍ଡଳୀ, ରଥି କୁମ୍ଭାର, ରମେଶ ପଣ୍ଡା, ଲକ୍ଷ୍ମଣ ଭୋରାସାଗର, ରାଜ୍ୟ ଉପସଭାପତି ରଞ୍ଜନ ଶେଠ୍, ସୁଧୀର ଜେନା, ଶିଶିର ପଧାନ , ପପୁନ ପଧାନ , ପଦ୍ମ ସେଠ୍, ଆନନ୍ଦ ପଧାନ , କିରନ ମଲ୍ଲିକ, ସତ୍ୟା ନାଗ, ସୁଶୀଲ ହରିପାଲ, ପପୁ କୁମ୍ଭାର, ମନୋହର ପଧାନ , ଲିଲିମା ଅଗ୍ରୱାଲଙ୍କ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ସମ୍ମିଳନୀ ରେ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇ ସ୍ୱର୍ଗତ ଭାରତ ରତ୍ନ ରାଜିବ ଗାନ୍ଧୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ଥିଲେ। ରାଜିବ ଗାନ୍ଧୀ ଅମର ରହେ ସ୍ଲୋଗାନ ରେ ସଭାସ୍ଥଳ ପ୍ରକମ୍ପିତ ହୋଇ ଉଠିଥିଲା। ଅନୁସୂଚିତ ଜାତିଙ୍କ ସାମୂହିକ କଲ୍ୟାଣ ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ବିଚାର ବିମର୍ଶ କରାଯାଇଥିଲା l
