ସ୍ୱତନ୍ତ୍ର କୋଶଳ ରାଏଜ ଦାବିରେ ବରଗଡ଼ରେ କୋଶଳ ମହାବନ୍ଦ, ଜନଜୀବନ ଠପ

0

 ସରଣ୍ଡା,18/11(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ଆଜି ସମଗ୍ର ପଶ୍ଚିମାଞ୍ଚଳରେ କୋଶଳ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ର ଆହ୍ୱାନ କ୍ରମେ ପଶ୍ଚିମ ଓଡିଶା କୁ ଅଲଗା ରାଜ୍ୟ କୋଶଳ ରାଏଜ ଗଠନ ଦାବିରେ ମହାବନ୍ଦ ଉଗ୍ର ରୂପ ନେଇଛି l ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ମହାବନ୍ଦ ପାଳନ ଅବସରରେ ସମ୍ବଲପୁର ବ୍ୟତୀତ ଅନ୍ୟ ୧୦ ଜିଲ୍ଲାରେ ପ୍ରଭାବ ପରିଲକ୍ଷିତ ହୋଇଛି l ବରଗଡ ଜିଲ୍ଲା ଏହାର ପ୍ରଭାବ ଦେଖିବାକୁ ମିଳିଛି l ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ ସରକାରୀ ବେସରକାରୀ ଅଫିସ ଅନୁଷ୍ଠାନ ବନ୍ଦ ରହିଛି l

    ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ସହ ଗାଡ଼ିଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼,କଳାହାଣ୍ଡି, ନୂଆପଡ଼ା ଆଦି ସମେତ ୧0ଟି ଜିଲ୍ଲାରେ ବନ୍ଦର ପ୍ରଭାବ ରହିଛି। ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ବିଭିନ୍ନ ସ୍ଥାନରେ ସଂଯୁକ୍ତ କ୍ରିୟାନୁଷ୍ଠାନ ପକ୍ଷରୁ ପିକେଟିଂ କରାଯାଉଛି।
ଆଜି ସମସ୍ତ ସରକାରୀ, ବେସରକାରୀ ଅଫିସ, ଗାଡି ଚଳାଚଳ ଦୋକାନ ବଜାର ବନ୍ଦ ରହିବ ବୋଲି ଘୋଷଣା କରାଯାଇ ଥିଲା । ପଶ୍ଚିମ ଓଡିଶାର ସମସ୍ତ ଅଂଚଳରେ ଦୋକାନ ବଜାର ବନ୍ଦ ରଖିବା ସହ ଗାଡିଚଳାଚଳ ବନ୍ଦ ରଖି ବନ୍ଦ ଡାକରାକୁ ସଫଳ କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ ଦେବା ଫଳରେ ସମ୍ପୂର୍ଣ ବରଗଡ଼ ଠପ ହୋଇପଡିଛି । ଓଲିଉଡ ବିବାଦ ପରେ ଅଧିକ ସକ୍ରିୟ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି। ସରକାର ମଧ୍ୟ ପଶ୍ଚିମ ଓଡ଼ିଶା ପ୍ରତି ପାତର ଅନ୍ତର କରୁଛନ୍ତି। ପଶ୍ଚିମ ଓଡିଶା ବିକାଶ ପରିଷଦ ଅଫିସ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ, ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ, ଏମ୍ସ ହସ୍ପିଟାଲ, କଟନ କରିଡର ପ୍ରତିଷ୍ଠା ଦାବିକୁ ଆଂଚଳିକ ବୈଷମ୍ୟ ଯୋଗୁଁ ଅଣଦେଖା କରାଯାଉଛି । ବୈମାତୃକ ମନୋଭାବ ପୋଷଣ କରି ପଶ୍ଚିମ ଓଡ଼ିଶାର ବିକାଶ ରାଜ୍ୟ ସରକାର ଚାହୁଁନଥିବା କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି । ଆଉ ଏହାର ପ୍ରତିବାଦରେ କମିଟି ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରାରେ ବନ୍ଦ ଚାଲିଛି । ସକାଳ 6 ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ସନ୍ଧ୍ୟା 6 ଟା 12 ଘଣ୍ଟା ଯାଏଁ ଚଳିବ l


Leave a Reply

Your email address will not be published. Required fields are marked *

error: Content is protected !!