ଛତିଶଗଡ ନିର୍ବାଚନ ସାରି ଫେରିବା ବେଳେ ଆଇଇଡି ବିସ୍ଫୋରଣ, ଯବାନ ଯୋଗେନ୍ଦ୍ର କୁମାର ଶହୀଦ

0

ମାଲକାନଗିରି -ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି। ଛତିଶଗଡରେ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ପୋଲିଂ କାର୍ଯ୍ୟ ସାରି ଫେରୁଥିବା ବେଳେ ରାସ୍ତାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଆଇଇଡି ବିସ୍ଫେରଣ ହୋଇଛି। ଏଥିରେ ଭାରତୀୟ ତିବ୍ବତ ଫୋର୍ସ (ଆଇଟିବିପି)ର ଜଣେ ଯବାନ ଶହୀଦ ହୋଇଛନ୍ତି।ସହିଦ ଯବାନଙ୍କ ନାମ ଯୋଗେନ୍ଦ୍ର କୁମାର ଓ ତାଙ୍କ ଘର ଜମ୍ମୁକଶ୍ମୀର ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। ଖବରରୁ ଜଣାପଡିଛି, ଛତିଶଗଡର ଗରିଆବନ୍ଧ ଜିଲାରେ ଶୁକ୍ରବାର ଦ୍ୱିିତୀୟ ପ୍ରର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିଲା। ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥାରେ ଭୋଟ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟ ସାରି ତିବ୍ବତ ଫୋର୍ସର ଯବାନମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଫେରୁଥିବା ବେଳେ ବାଡେଗୋବ୍ରା ଗ୍ରାମ ନିକଟରେ ଆଇଇଡି ବିସ୍ଫୋରଣ ଘଟିଥିଲା। ଘଟଣା ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି।


Leave a Reply

Your email address will not be published. Required fields are marked *

error: Content is protected !!