ପର୍ଯ୍ୟଟନ ମନ୍ତ୍ରୀଙ୍କୁ ବରଗଡ଼ରେ ବିରୋଧ : ସ୍ୱତନ୍ତ୍ର କୋଶଳ ରାଏଜ ଗଠନ ଦାବିରେ ମନ୍ତ୍ରୀଙ୍କୁ ବିରୋଧ କଲେ କୋଶଳ ସେନା

0

ବରଗଡ଼, -ବରଗଡ଼ ଜିଲାରେ ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବିରେ ଆନ୍ଦୋଳନ ତେଜିଛି। ରାଜ୍ୟ ସରକାରଙ୍କ ସଂସ୍କୃତି, ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମଙ୍ଗଳବାର ବରଗଡ ଗସ୍ତରେ ଆସିଥିବାବେଳେ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଛି l

ସ୍ୱତନ୍ତ୍ର କୋଶଳ ରାଏଜ ଗଠନ ଦାବିରେ କୋଶଲ ସେନା ବିରୋଧ ପ୍ରଦର୍ଶନ କରିଛି। ମନ୍ତ୍ରୀ ପାତ୍ର ସ୍ଥାନୀୟ ସର୍କିଟ ହାଉସରୁ ଜିଲ୍ଲାପାଳ ଅଫିସ ଅଭିମୁଖେ ଆସୁଥିବା ବେଳେ ବରଗଡ ଗାନ୍ଧିଛକରେ ମନ୍ତ୍ରୀଙ୍କ କାର୍‌ ଆଗରେ କୋଶଲ ସେନା ବିରୋଧ ପ୍ରଦର୍ଶନ ସହିତ କୋଶଲ ପ୍ରଦେଶ ଗଠନ ଦାବିରେ ନାରାବାଜି କରିଥିଲେ। ପୋଲିସ କୋଶଲ ସେନା କର୍ମୀମାନଙ୍କୁ ସେଠାରୁ ଅଟକାଇବା ପରେ ମନ୍ତ୍ରୀ ପାତ୍ର ଜିଲାପାଳ ଅଫିସକୁ ଯାଇଥିଲେ। ସେଠାରେ କିଛି ସମୟ ରହିବା ପରେ ମନ୍ତ୍ରୀ ପାତ୍ର ଭେଡେନ ବ୍ଲକ ଦେକୁଲବା ଶ୍ରୀ ଶ୍ରୀ ଗିରି ଗୋବର୍ଦ୍ଧନ ମହୋତ୍ସବରେ ଯୋଗଦାନ କରିବାକୁ ବାହାରିପଡି ଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!