ମଣ୍ଡି ଖୋଲିଲେ ନାହିଁ ବରଗଡ଼ ପ୍ରଶାସନ ଧାନ ପୁରାଇଲେ ଅତାବିରା ଚାଷୀ

0

*ବରଗଡ଼ ପ୍ରଶାସନର ନିଷ୍ପତ୍ତି 21 ପରିବର୍ତ୍ତେ ଚାଷୀଙ୍କ ଦାବି 15ରେ ମଣ୍ଡି ନ ଖୋଲିବାରୁ ଜବରଦସ୍ତ ଧାନ ପୁରାଇଲେ ଚାଷୀ
*୭ ଜଣ ଚାଷୀଙ୍କ ହଜାରେ ଚାରି ପ୍ୟାକେଟ ଧାନ ମଣ୍ଡିରେ ପ୍ରଥମ ଦିନ ପକାଗଲା l*
*ଗୋଡ଼ଭଗା ୟାର୍ଡରେ ଚାଷୀ ସଂଗଠନର ପୂର୍ବ ନିଷ୍ପତ୍ତି ଅନୁସାରେ 15ତାରିଖ ଜୋରଜବରଦସ୍ତ ମଣ୍ଡିରେ ଧାନ ପୁରାଇଲେ ଚାଷୀ*

*ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟ ରେ ଅତାବିରା ତହସିଲଦାରଙ୍କୁ ସୋମବାର ସ୍ମାରକ ପତ୍ର ପ୍ରଦାନ କରିଥିଲେ ଚାଷୀ*

*କର୍ଣ୍ଣପାତ କଲେ ନି କଲେକ୍ଟର ଜବରଦସ୍ତ ଧାନ ପୁରାଇଲେ ଚାଷୀ*

*ସରକାର ବିରୋଧରେ ବଢ଼ୁଛି ଚାଷୀ ଅସନ୍ତୋଷ*
*ଚାଷୀ ଶକ୍ତି ପ୍ରଦର୍ଶନ କରି ଧାନ ପୁରାଉଛନ୍ତି l

ସରଣ୍ଡା 15/11(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ଼ ଜିଲା ଅତାବିରା ମାର୍କେଟ ୟାର୍ଡ଼ ଅଧିନ ଚାଷୀଙ୍କ ଏକ ସମାବେଶ ଗୋଡ଼ଭଗା ୟାର୍ଡ଼ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି l ଓଡିଶା ରାଜ୍ୟ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟତଃ ବରଗଡ଼ ପ୍ରଶାସନ ଆସନ୍ତା 21 ତାରିଖ ଧାନ କ୍ରୟ ପାଇଁ ମଣ୍ଡି ଖୋଲିବା ନିଷ୍ପତ୍ତି ନ ବଦଳାଇ ବାରୁ ନଭେମ୍ବର 15 ରେ ମାର୍କେଟ ୟାର୍ଡ଼ ଖୋଲିବାକୁ ଚେତାବନୀ ପରେ ଚେତାବନୀ ଦେବା ପରେ ବି ପ୍ରଶାସନ ହେଉ ବା ସରକାର ହେଉ କେହି କର୍ଣ୍ଣପାତ ନ ଦେବାରୁ ଚାଷୀ ଜୋରଜବରଦସ୍ତ ମଣ୍ଡିକୁ ଧାନ ଆଣି ମଣ୍ଡିରେ ପକାଇଛନ୍ତି l
ପ୍ରାରମ୍ଭରେ ସଂଗଠନ ର ଚାଷୀ ତଥା ଦିବଂଗତ ସାମ୍ବାଦିକ ସ୍ୱର୍ଗତ ଭୀଷ୍ମଦେବ ପଣ୍ଡାଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା ସହ ଶୋକସଭା ପରେ ଗୋଡ଼ଭଗା ସମଲେଇ ମଦିରରୁ ଚାଷୀମାନେ ଏକ ଶୋଭାଯାତ୍ରାରେ ମଣ୍ଡିକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l
ମଣ୍ଡି ର ଗେଟରେ ତାଲା ମରାଯାଇଥିବା ଦେଖି ଚାଷୀ ଉତକ୍ଷିପ୍ତ ହୋଇ ନାରାବାଜି କରିଥିଲେ l ତାଲା ଖୋଲା ନ ଗଲେ ଜାତୀୟ ରାଜପଥ ଅବରୋଧ କରି ରାଜରାସ୍ତାରେ ଧାନ ପକାଯିବ ବୋଲି ନିଷ୍ପତ୍ତି ପରେ ଇନଚାର୍ଜ ଭରତ ବାରିକ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ତାଲା ଖୋଲିଥିଲେ l
ସଂଗଠନ ର ସଭାପତି ବୀରେନ୍ଦ୍ର କର ଏବଂ ଅତିଥିଭାବେ ଆସିଥିବା ରାଜବୋଡ଼ାସମ୍ବର କୃଷକ ସଂଗଠନର ପଞ୍ଚାନନ ସାହୁ, କାହ୍ନୁଚରଣ ମେହେର, ଶେଷଦେବ ମିଶ୍ର, କୈଳାସ ବାରିକ, ଗାଇସିଲେଟ କୃଷକ ସଂଗଠନ ର ଅରବିନ୍ଦ ପଣ୍ଡା,  ଭେଡେନ କୃଷକ ସଂଗଠନର ଉପନ୍ନ ଭୋଇ ଓ କୋଶଳ ସେନାର ସୁଦାମ ପାତ୍ର ପ୍ରମୁଖ ଚାଷୀ ନେତାମାନେ ଆଜି ପ୍ରଥମ କରି ଧାନ ଆଣିଥିବା 7 ଜଣ ଚାଷୀଙ୍କୁ ଉପଢୌକନ ଦେଇ ସଂମ୍ମାନିତ କରି ଧାନ କୁ ପୂଜାଅର୍ଚ୍ଚନା କରି ମଣ୍ଡି ପ୍ରବେଶ କରାଇଥିଲେ l
ମାର୍କେଟ ୟାର୍ଡ଼ ଗୁଡିକରେ ସୁରୁଖୁରୁରେ ଧାନ ବିକ୍ରି କରିବା ଓ ମଣ୍ଡି ପରିଚାଳନା ପାଇଁ ଚାଷୀଙ୍କ ପକ୍ଷରୁ ପ୍ରତି ୟାର୍ଡ଼ ରେ ସଂଗଠନ ପକ୍ଷରୁ ମଣ୍ଡି କମିଟି ମନୋନୟନ ପ୍ରକ୍ରିୟା ଆରମ୍ଭ କରାଯାଇଛି l ଏଥି ପ୍ରତି ପ୍ରସାଶନ କିମ୍ବା ତାଙ୍କ କର୍ମଚାରୀ ଅଣଦେଖା କଲେ ସଂଗଠନ ଆନ୍ଦୋଳତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବ ବୋଲି ସଭାପତି ବୀରେନ୍ଦ୍ର କର ଚେତାବନୀ ଦେଇଥିଲେ l
ଏଠାରେ ସୂଚନା ଯୋଗ୍ୟ ଯେ, ଆଜିକୁ ପାଖାପାଖି 30 ପ୍ରତିଶତ ଧାନ ଅମଳ ହୋଇ ବିକ୍ରି ପାଇଁ ସକ୍ଷମ ହୋଇଯାଇଛି l ତେବେ ପ୍ରଶାସନ 21 ତାରିଖ ଧାନ ସଂଗ୍ରହ ପାଇଁ ନିଷ୍ପତ୍ତି ଯୋଗୁଁ ଚାଷୀ ହଇରାଣ ହରକତ ହେବେ ଦର୍ଶାଇ ଗତ ସୋମବାର ଅତାବିରା କୃଷି କାର୍ଯ୍ୟାଳୟରୁ ତହସିଲ ଅଫିସ ଯାଏଁ ଏକ ଶୋଭାଯାତ୍ରାରେ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ୱରେ ବହୁ ସଦସ୍ୟମାନେ ଯାଇଥିଲେ l ସେଠାରେ ବରଗଡ଼ ଜିଲାପାଳଙ୍କ ଉଦ୍ଧେଶ୍ୟରେ ଅତାବିରା ତହସିଲଦାର ବ୍ରଜକିଶୋର ସାହୁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ l ତଥାପି ଜିଲା ପ୍ରଶାସନ କର୍ଣ୍ଣପାତ କରିଲା ନାହିଁ l ତେଣୁ  ଚାଷୀ ଅସନ୍ତୋଷ  ହୋଇ ପୂର୍ବ ବୈଠକ ନିଷ୍ପତ୍ତି ଅନୁସାରେ ନିଜ ଅମଳ ହୋଇଥିବା 7 ଜଣ ଚାଷୀଙ୍କ 1 ହଜାର 4 ପ୍ୟାକେଟ ଧାନ ଗୋଡ଼ଭଗା ମଣ୍ଡିରେ ପକାଇଛନ୍ତି l ପ୍ରଥମ ଦିନରେ ଭୋଜରାଜ ସାହୁଙ୍କ 170 ପ୍ୟାକେଟ, ଜେ. କୁଶ ରାଜୁଙ୍କ 140, ଭି. ହେମନ୍ତ ରାଓ ଙ୍କ 170, ବି. ପାପାରାଓ ଚୌଧୁରୀ ଙ୍କ 150, କେ. ରାମବାବୁ ଙ୍କ 124, ବି. ବୁଲି ରାଜୁଙ୍କ 100, ଡ଼ି. ସୁବା ରାଓଙ୍କ 150 ପ୍ୟାକେଟ ଧାନ ଓ ଆଣିଥିବା ଟ୍ରାକ୍ଟର କୁ ପୂଜାଅର୍ଚ୍ଚନା କରିବା ସହ ଏହି 7 ଜଣ ଚାଷୀଙ୍କୁ ଉପଢୌକନ ଉତ୍ତୋ୍ରୀୟ ଦେଇ ସଂମ୍ମାନିତ କରାଯାଇଥିଲା l


Leave a Reply

Your email address will not be published. Required fields are marked *

error: Content is protected !!