ଧନୁଯାତ୍ରାକୁ ନେଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ବରଗଡ଼,୧୬।୧(ସଂସ୍କୃତି ମିଡ଼ିଆ ବ୍ୟୁରୋ ): ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରଠାରୁ ଆରମ୍ଭ ହୋଇଛି । ଚଳିତ ମାସ ୨୫ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ଚାଲିବ। ଧନୁଯାତ୍ରା ମହୋତ୍ସବକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ବିଶ୍ୱ ପ୍ରସିଦ୍ଧ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ବରଗଡ଼ ଧନୁଯାତ୍ରା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଭଗବାନ କୃଷ୍ଣଙ୍କ ମଥୁରା ଯାତ୍ରାର ମହାନ ଗାଥାକୁ ଏହା ପ୍ରଦର୍ଶିତ କରିଆସୁଛି। ଓଡ଼ିଶାର କଳା ଓ ପରମ୍ପରାର ଏହା ହେଉଛି ଅନନ୍ୟ ପ୍ରତୀକ। ଉଲ୍ଲେଖଯୋଗ୍ୟ, ସୋମବାର ସା ୭ଟାରେ ମହୋତ୍ସବ ଉଦଘାଟିତ ହୋଇଛି ।


Leave a Reply

Your email address will not be published. Required fields are marked *

error: Content is protected !!