ବରଗଡ଼ ଧନୁଯାତ୍ରା ଉଦଘାଟିତ ହେଲା ରଙ୍ଗମହଲ କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରେ ଜନ୍ମ ହୋଇଛନ୍ତି ଗୋଳକ ବିହାରୀ ଶ୍ରୀବିଷ୍ଣୁ

ମଥୁରାନଗରୀ,17/1 (ସଂସ୍କୃତି ମିଡ଼ିଆ ବ୍ୟୁରୋ )-ଧନୁଯାତ୍ରା ମହୋତ୍ସବରେ ଦୈବବାଣୀ ଶୁଣି ମହାରାଜା କଂସ ଭୟଭୀତ । ପିତା ଉଗ୍ରସେନ ମହାରାଜାଙ୍କୁ ଗାଦିଚ୍ୟୁତ କରିବା ପରେ କଂସ ମହାରାଜାଙ୍କୁ କରାଯାଇଛି ରାଜଭିଷେକ । ଏହାପରେ ଭଉଣୀ ଦେବକୀ ଓ ରାଜା ବସୁଦେବଙ୍କୁ କାରାଗାରରେ କରିଛନ୍ତି ବନ୍ଦୀ । କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରେ ଜନ୍ମ ହୋଇଛନ୍ତି ଗୋଳକ ବିହାରୀ ଶ୍ରୀବିଷ୍ଣୁ । ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ରାଜା ବସୁଦେବ ଗୋପପୁର ଯାତ୍ରା କରିଛନ୍ତି ଓ ସେଠାରୁ ବିଜୁଳି କନ୍ୟାକୁ ନେଇ ମଥୁରାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଜା ବସୁଦେବ । ବିଜୁଳି କନ୍ୟାର ଦୈବବାଣୀକୁ ନେଇ ଭୟଭୀତ ହୋଇଛନ୍ତି ମହାରାଜା କଂସ । ଚାଣ୍ଡୁର ମୁଷ୍ଟିକଙ୍କୁ ଆହ୍ବାନ କରିଥିବା ବେଳେ ଦୁର୍ମିଳାସୁରକୁ ବଧ କରିଛନ୍ତି ମହାରାଜା କଂସ ।
କମ୍ପୁଛି ମେଦିନୀ, ଥରହର ମଥୁରାନଗରୀ । ମହାରାଜା କଂସଙ୍କ ଅତ୍ୟାଚାରରେ ଭୟଭୀତ ପ୍ରଜାଗଣ । ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବରେ ଦ୍ବିତୀୟ ରଜନୀରେ ଉଦଘାଟିତ ହୋଇଛି ରଙ୍ଗମହଲ । ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ରଙ୍ଗମହଲକୁ କରିଥିଲେ ଉଦଘାଟନ । ସେପଟେ ମହାରାଜା କଂସ ଦିଗବିଜୟରେ ବାହାରି ଟ୍ରାଫିକ ନିୟମ ଅବମାନନା କରିଥିବା ପ୍ରଜାଙ୍କୁ ଦେଇଛନ୍ତି ଦଣ୍ଡ । ରାଜଦରବାର ଓ ରଙ୍ଗମହଲରେ ଦୁଲଦୁଲି ବାଜା, ଘଣ୍ଟ, ଶଙ୍ଖ, ରସରକେଲି, ସମ୍ବଲପୁରୀ, ଆଦିବାସୀ ନୃତ୍ୟ, ସଂପ୍ରଦା, ସଂଚାର, ଘୁଡ଼ୁକା ବାଦ୍ୟ ତାଳେ ତାଳେ ଝୁମୁଛନ୍ତି ଦର୍ଶକ ଓ କଳାକାର । ସେପଟେ ରାଜଦରବାରରେ କାରାଗାରରେ ଶ୍ରୀକୃଷ୍ଣ ଜନ୍ମ, ଶ୍ରୀକୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ, ବିଜୁଳି କନ୍ୟା ସହ ମଥୁରାକୁ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ମଙ୍ଗଳବାର ଦ୍ଵିତୀୟ ଦିବସରେ ମଥୁରାନଗରୀସ୍ଥିତ ନିଶାମଣି ସ୍କୁଲ ସମ୍ମୁଖ ଲୋକମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦ୍ଘାଟିତ ହୋଇଛି। କଂସ ମହାରାଜ ମଥୁରା ଭ୍ରମଣ ସାରି ପହଞ୍ଚିବା ପରେ ଧନୁଯାତ୍ରା ମହୋତ୍ସବ ସମିତି ସଭାପତି ତଥା ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ ଏହାକୁ
ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ସମାରାହରେ ବରଗଡ଼ ବିଧାୟକ
ଦେବେଶ ଆଚାର୍ଯ୍ୟ, ପୌରାଧ୍ୟକ୍ଷା କଳ୍ପନା ମାଝି, ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ ଏବଂ ରଙ୍ଗମହଲର ଆବାହକ କିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ରଙ୍ଗମହଲ ଉଦ୍ଘାଟନ ପରେ କଂସ ମହାରାଜଙ୍କ ଦ୍ୱାରା କମ୍ପୁଛି ମେଦିନୀ, ଥରହର ମଥୁରାନଗରୀ । ମହାରାଜା କଂସଙ୍କ ଅତ୍ୟାଚାରରେ ଭୟଭୀତ ପ୍ରଜାଗଣ ।
ଆଜିର ଧନୁଯାତ୍ରା କାର୍ଯ୍ୟକ୍ରମ (17/01/2024 ବୁଧବାର )
ମଥୁରାନଗରୀରେ ଧନୁଯାତ୍ରା ମହୋତ୍ସବ ତୃତୀୟ ଦିବସରେ କଂସ ମହାରାଜାଙ୍କ ଶ୍ୟାମେଶ୍ବର ମହାଦେବ ଦର୍ଶନ, କାରାଗୃହ ପ୍ରବେଶ, ବିଜୁଳି କନ୍ୟାକୁ ପ୍ରହାର, ଦୈବବାଣୀ, ରାଜଦରବାରରେ କଂସଙ୍କ ମନ୍ତ୍ରଣା ଓ ଗୋପପୁରରେ ନନ୍ଦ ଦରବାର ଉଦଘାଟନ, ନନ୍ଦୋତ୍ସବ, କୃଷ୍ଣଙ୍କ ଦୋଳି ଝୁଳା, ରାସନୃତ୍ୟ, ନଗର ସଂକିର୍ତ୍ତନ୍ୟ ସହ କୃଷ୍ଣଙ୍କ ଗୋପପୁର ଭ୍ରମଣ ଆଦି ନାଟ୍ୟାଭିନୟ ଅନୁଷ୍ଠିତ ହେବ ।