ପାଖେଇ ଆସୁଛି ନାମାଙ୍କନ, ସରୁନି ପ୍ରାର୍ଥୀ ଚୟନ

0

ଭୁବନେଶ୍ୱର, ୮/୪(ସଂସ୍କୃତି ମିଡ଼ିଆ ବ୍ୟୁରୋ):- ସାଧାରଣ ନିର୍ବାଚନ ଯେତେ ପାଖକୁ ପାଖକୁ ହେଉଛି ରାଜନୈତିକ ଦଳର ଦ୍ଵନ୍ଦ ସେତିକି ବଢ଼ିବାରେ ଲାଗିଛି l ଓଡିଶା ରାଜନୀତିରେ ଏବେ ଜଟିଳ ହେଉଛି ପ୍ରାର୍ଥୀ ଚୟନ l ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ମେ ୧୩ ରେ କଳାହାଣ୍ଡି , ନବରଙ୍ଗପୁର , ବ୍ରହ୍ମପୁର , କୋରାପୁଟ ଲୋକସଭା କ୍ଷେତ୍ର ଏବଂ ୨୮ ଟି ବିଧାନସଭା ଆସନରେ ଅନୁଷ୍ଠିତ ହେବ l ଏଥି ସକାଶେ ନାମାଙ୍କନ ପାଇଁ ପ୍ରାର୍ଥୀ ଙ୍କୁ ଆଉ ମାତ୍ର ଦଶ ଦିନ ରହିଛି l ଚଳିତ ମାସ ୧୮ ତାରିଖ ନାମାଙ୍କନ ଦାଖଲ ସମୟ ରହିଛି l ଆଶାୟୀ ପ୍ରାର୍ଥୀ ନିଜ ନିଜ ଉଦ୍ୟମରେ କିଛି ହଲଚଲ ହୋଇ ପ୍ରଚାର ଗାଡି ପ୍ରସ୍ତୁତ କରି ହାତ ବାନ୍ଧି ଠିଆ କରାଇଛନ୍ତି l ଗଡୁ ନି ପ୍ରଚାର ଗାଡି l ବାଧକ ହୋଇ ଛିଡା ହୋଇଛି ପ୍ରାର୍ଥୀ ଚୟନ l ରାଜ୍ୟର ତିନି ପ୍ରମୁଖ ଦଳରୁ କେହି ଗୋଟିଏ ଦଳ ବି ଏଯାଏଁ ସେମାନଙ୍କ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରି ନାହାନ୍ତି । ବିଜେଡି ଏଯାଏଁ ବାଲେଶ୍ୱର ସିଟ୍ ପାଇଁ ପ୍ରାର୍ଥୀ ଚୟନ ନ କରି ଉପଯୁକ୍ତ ନେତା ଖୋଜୁଥିବାବେଳେ ୩୯ ବିଧାନସଭା ଆସନରେ ଆଜି ଯାଏଁ ବି ଦଳର ପ୍ରାର୍ଥୀ ପାଉନି ଅବା ସ୍ଥଗିତ ରଖିଛି । ସେହିପରି ବିଜେପି ସମସ୍ତ ଲୋକସଭା ସହ ସବୁଠୁ ଅଧିକ ୧୧୨ ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା ବେଳେ ଆହୁରି ୩୫ ସିଟରେ ନାଁ ଘୋଷଣା ନ କରି ରାଜନୀତି ଗୋଟି ଚଳାଉଛି । ବିଜେଡି ବିଜେପି ଭଳି କଂଗ୍ରେସର ସ୍ଥିତି ବି ସେଇଆ । ଦଳ ୮ ଲୋକସଭା ଓ ୪୭ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲେ ବି ଆହୁରି ୧୩ ଲୋକସଭା ଓ ୧୦୦ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନି । ତେବେ ୩ ପ୍ରମୁଖ ଦଳ କେବେ ବାକି ଆସନରେ ପ୍ରାର୍ଥୀ ଚୟନ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ।


Leave a Reply

Your email address will not be published. Required fields are marked *

error: Content is protected !!