ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡ୍ରେ ରେ ଆଗାମୀ ଡିସେମ୍ବର ୮ ରୁ ୧୧ କୁଚ୍ ବେହାର ଟ୍ରଫି : ଓଡ଼ିଶା ବନାମ ହାଇଦ୍ରାବାଦ
ବରଗଡ଼, ୭/୧୨ (ସଂସ୍କୃତି ମିଡିଆ ବ୍ୟୁରୋ)-ଆଗାମୀ ଡିସେମ୍ବର ୮ ତାରିଖ ରୁ ୧୧ ତାରିଖ ପର୍ଯ୍ୟନ୍ତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡ୍, ବରଗଡ଼ ଠାରେ ଓଡ଼ିଶା ବନାମ ହାଇଦ୍ରାବାଦ ମଧ୍ୟରେ ୧୯ ବର୍ଷରୁ କମ୍ କୁଚ୍ ବେହାର ଟ୍ରଫି ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରିକେଟ୍ ଏସୋସିଏସନ ଓ କ୍ରୀଷ୍ଣା ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କୁହାଯାଇଛି । ଆଜି କ୍ରୀଷ୍ଣା ବିକାଶ ଗ୍ରାଉଣ ଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଥିଲା ଯେ, ଓଡ଼ିଶା ଓ ହାଇଦ୍ରାବାଦ ଦଳ ଗତ ଦୁଇଦିନରୁ ବରଗଡ଼ ରେ ପହଂଚି ସ୍ଥାନୀୟ ହୋଟେଲ ରୟାଲ୍ ପେଲେସ୍ ଓ ହୋଟେଲ୍ ନିକ୍କୀରେ ରେ ଅବସ୍ଥାନ କରିଛନ୍ତି। ମ୍ୟାଚ୍ ଅଫିସିଆଲ୍ ମାନଙ୍କ ପାଇଁ ହୋଟେଲ ଗଣପତି ଠାରେ ରହିବା ବ୍ୟବସ୍ଥା କରାଯାଇଛି । ଏହି ମ୍ୟାଚ୍ ପାଇଁ ବି.ସି.ସି.ଆଇ. ପକ୍ଷରୁ ଶ୍ରୀ ଅମିତ ଶର୍ମା ମ୍ୟାଚ୍ ରେଫରି ନିଯୁକ୍ତ ହୋଇଥିବା ବେଳେ ଶ୍ରୀ ପ୍ରେମଦୀପ ଚାଟାର୍ଜୀ ଓ ଶ୍ରୀ ରବିଶଙ୍କର ଅମ୍ପାୟାର କାର୍ଯ୍ୟ ତୁଲାଇବେ । ବି.ସି.ସି.ଆଇ. ପକ୍ଷରୁ ଅନ୍ଲାଇନ୍ ସ୍କୋରର୍ ରହିବେ ଶ୍ରୀ ପରମବୀର ସିଂ ସେହିଭଳି ସେକେଣ୍ଟ୍ ସ୍କୋରର ରହିବେ ଶ୍ରୀ ଅମିତ କୁମାର ତିୱାରୀ ଓ ଭିଡିଓ ଏନାଲିଷ୍ଟ୍ ପାଇଁ ଅଛନ୍ତି ଶ୍ରୀ ସଞ୍ଜୟ କୁମାର ଓ ଶ୍ରୀ ଅମିତ କୁମାର । ୮ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ ରେ ପ୍ରତ୍ୟେକ ଦିନ ସକାଳ ୯ ଘଣ୍ଟାରୁ ମ୍ୟାଚ୍ ଆରମ୍ଭ ହୋଇ ଅପରାହ୍ନ ୪ ଘଣ୍ଟା ଯାଏ ଚାଲିବ, ଦିନ ୧୧.୩୦ ରୁ ୧୨.୧୦ ଯାଏ ମଧ୍ୟାହ୍ନ ଭୋଜନ ବିଗତି ରହିବ । ଉଭୟ ଦଳ ପାଇଁ ଏଠାରେ ଉଚ୍ଚ ମାନର ପଡ଼ିଆ, ପ୍ରାକ୍ଟିସ୍ ପିଚ, ସ୍ବିମିଂ ପୁଲ, ବ୍ୟାୟାମଶାଳା, ବ୍ୟାଡ୍ମିଣ୍ଟନ୍ କୋଟ୍ ଆଦିର ବ୍ୟବସ୍ଥା ରହିଛି ଏହି ଖେଳ ର ଆୟୋଜନ ପାଇଁ ଏକ କମିଟି ଗଠନ କରାଯାଇଥିବା ସୂଚନା ଦିଆଯାଇଥିଲା । ଆଜିର ଏହି ସାମ୍ବାଦିକ ସମ୍ମିଳନୀ କୁ ଜିଲ୍ଲା କ୍ରିକେଟ୍ ଏସୋସିଏସନ୍ ସଭାପତି ଶ୍ରୀ ହରିହର ପ୍ରଧାନ, ସଂପାଦକ ଶ୍ରୀ ରବି ପଣ୍ଡା, କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନ ର ଚେୟାରମ୍ୟାନ୍ ତଥା ଭେନ୍ୟୁ ମ୍ୟାନେଜର ଶ୍ରୀ ଡି. ମୂରଲୀ କ୍ରିଷ୍ଣା ସମ୍ବୋଧିତ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ବିକାଶ ଶିକ୍ଷାନୁଷ୍ଠାନର କ୍ରୀଡ଼ା ଶିକ୍ଷକ ପିତାମ୍ବର ପ୍ରଧାନ, କ୍ରିକେଟ୍ କୋଚ୍ ଅଶୋକ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ବର୍ତମାନ ଯାଏ ଏଥିରେ ଓଡ଼ିଶା ଦଳ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ୨ଟି ମ୍ୟାଚ୍ ଡ୍ର ହୋଇ ୧୦ ପଏନଟ ଏବଂ ହାଇଦ୍ରାବାଦ ଦଳ ତାର ୩ଟି ମ୍ୟାଚ ରୁ ଗୋଟିଏ ଡ୍ର ଓ ଦୁଇଟି ହାରି ୩ ପଏନଟ ରେ ରହିଛି । ଫଳରେ ଏଠାରେ ହେବାକୁ ଥିବା ମ୍ୟାଚ୍ ଉଭୟ ଦଳ ପାଇଁ ସ୍ୱତନ୍ତ୍ର ଗୁରୁତ୍ବ ବହନ କରୁଛି । ଉଭୟ ଦଳ ମ୍ୟାଚ୍ ରେ ନିଜର ପରାକାଷ୍ଠା ଦେଖାଇବା ପାଇଁ ସବୁଜ ବିକାଶ ଗ୍ରାଉଣ୍ଡ୍ରେ ଦୁଇଦିନ ଧରି ଜୋର୍ଦାର୍ ଅଭ୍ୟାସ ଚଲୁ ରଖିଛନ୍ତି ।