ଆଜି ଚାରି ରାଜ୍ୟରେ ଚାଲିଛି ଭୋଟ୍ ଗଣନା : ବଦଲୁଛି ଛତିଶଗଡ଼ ସ୍ଥିତି, ଏବେ ବିଜେପି ଆଗୁଆ
ନୂଆଦିଲ୍ଲୀ: ଆଜି ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଗଡ଼ରେ ବିଧାନସଭା ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍ ଗଣନା ଚାଲିଛି l କିଛି ସମୟ ପୂର୍ବରୁ ରାଜନୈତିକ ବିଶେଷଜ୍ଞ ଯେଭଳି ଆଶଙ୍କା କରୁଥିଲେ ଛତିଶଗଡ଼ ରାଜନୀତି ଉପରେ ତାହାହଁ ଏବେ ଆସିଥିବା ଟ୍ରେଣ୍ଡ୍ରୁ ଜଣାପଡୁଛି l ପୂର୍ବ ଟ୍ରେଣ୍ଡ୍ରେ ଛତିଶଗଡ଼ରେ ଉଭୟ ବିଜେପି ଓ କଂଗ୍ରେସ 44 ଟି ଲେଖାଏଁ ଆସନରେ ଆଗୁଆ ଚାଲିଥିବା ବେଳେ ଏବେ ସ୍ଥିତି ବଦଳି ଯାଇଛି l ବିଜେପି 48ଟି ଆସନ ରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ 40 ଓ ଅନ୍ୟାନ 2 ଟିରେ ଆଗୁଆ ଅଛନ୍ତି l