ଆଜି ଚାରି ରାଜ୍ୟରେ ଚାଲିଛି ଭୋଟ୍ ଗଣନା ୨ : ୨ ରାଜନୀତି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ‘ବିଜେପି’ ଅଗ୍ରଣୀ ତେଲେଙ୍ଗାନା ଓ ଛତିଶଗଡରେ ‘କଂଗ୍ରେସ’
ନୂଆଦିଲ୍ଲୀ: ଆଜି ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଗଡ଼ରେ ବିଧାନସଭା ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍ ଗଣନା ଚାଲିଛି l ପ୍ରାରମ୍ଭିକ ଟ୍ରେଣ୍ଡ୍ରୁ ପ୍ରାପ୍ତ ଖବର ଅନୁସାରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ‘ବିଜେପି’ ଆଗୁଆ ଥିବାବେଳେ ତେଲେଙ୍ଗାନା ଓ ଛତିଶଗଡରେ ‘କଂଗ୍ରେସ’ ଆଗୁଆ ଅଛି l ତେବେ ଛତିଶଗଡ଼ ରେ କଂଗ୍ରେସ କୁ କଡା ଟକର ଦେଉଛି ବିଜେପି l ଉଭୟ ବିଜେପି ଓ କଂଗ୍ରେସ 44 ଟି ଲେଖାଏଁ ଆସନରେ ଆଗୁଆ ଅଛନ୍ତି l
ମିଳିଥିବା ରିପୋର୍ଟ ଅନୁସାରେ, 230 ଗୋଟି ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପି 136ଟି କଂଗ୍ରେସ 93ଟି ଅନ୍ୟାନ 01ଟି ସେହିପରି 199ଗୋଟି ଆସନ ବିଶିଷ୍ଟ ରାଜସ୍ଥାନରେ ବିଜେପି 113ଟି କଂଗ୍ରେସ 70ଟି ଅନ୍ୟାନ 16ଟି ଆସନରେ ଆଗରେ ଚାଲିଛନ୍ତି l ତେବେ 119ଟି ଆସନ ବିଶିଷ୍ଟ ତେଲେଙ୍ଗାନାରେ ବିଜେପି ନୈରାଶୟ ଜନକ ସ୍ଥିତିରେ ରହିଛି l ଏଠାରେ କଂଗ୍ରେସ 64ଟି, ‘ବିଆର୍ଏସ୍’ 42ଟି ଓ ଅନ୍ୟାନ୍ୟ 04ଟି ଆସନରେ ଅଗ୍ରଣୀ ଅଛନ୍ତି। କିନ୍ତୁ 90 ଗୋଟି ଆସନ ବିଶିଷ୍ଟ ଛତିଶଗଡ଼ ରେ ସ୍ଥିତି ଅଲଗା ରହିଛି l ଉଭୟ ବିଜେପି ଓ କଂଗ୍ରେସ 44 ଟି ଲେଖାଏଁ ଆସନରେ ଆଗୁଆ ଚାଲିଥିବା ବେଳେ 2ଟିରେ ଅନ୍ୟାନ ଦଳ ଅଗ୍ରଣୀ ଅଛନ୍ତି l ଛତିଶଗଡ଼ରେ କିଛି ବି ହୋଇପାରେ ବୋଲି ମତ ପ୍ରକାଶ ଦେଉଛନ୍ତି ରାଜନୈତିକ l