ପ୍ରତି ଜିଲ୍ଲାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟାଳୟ ହେବ, ଅଧ୍ୟକ୍ଷ ଅସିତ ତ୍ରିପାଠୀ 84.15ଲକ୍ଷରେ ନିର୍ମାଣଧିନ ମୁଖ୍ୟମନ୍ତ୍ରୀ ସଭାଗୃହର ସମୀକ୍ଷା କଲେ ଅଧ୍ୟକ୍ଷ

0

ସରଣ୍ଡା,17/11(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଜିଲ୍ଲା କୁ ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଙ୍କ ଗସ୍ତ ଶେଷ ହୋଇଛି l ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବରଗଡ଼ ଜିଲ୍ଲାର ବିଜେପୁର, ଲାଉମୁଣ୍ଡା, ତାଲପଦର ପରେ ଅତାବିରା ବ୍ଲକର ଖଇରପାଲି ଗ୍ରାମ ଗସ୍ତ କରିଥିଲେ l ଏଠାରେ 84. 15 ଲକ୍ଷ ଟଙ୍କା ଅନୁଦାନରେ ନିର୍ମାଣଧିନ ମୁଖ୍ୟମନ୍ତ୍ରୀ ସଭା ଘର ନିର୍ମାଣର ସମୀକ୍ଷା କରିଥିଲେ l ସାମ୍ବାଦିକ ମାନଙ୍କ ପଶ୍ଚିମ ଓଡିଶା ବିକାଶ ପରିଷଦ ର କାର୍ଯ୍ୟଳୟ ଭୁବନେଶ୍ୱର ରେ କାହିଁକି ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ ଯେ, ସବୁ ଜିଲ୍ଲାରେ କାର୍ଯ୍ୟାଳୟ ହେବ କହି ଆଡେଇ ଯାଇଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ବରଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଗସ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ ଖଇରପାଲି ରେ ଜିଲ୍ଲା ପରିଷଦ ସଭ୍ୟ ରଣଜିତ ସାହୁ, ଲରସରା ସରପଞ୍ଚ କୀର୍ତ୍ତନ ସେଠ, ବିଜେଡ଼ି ସଦସ୍ୟ ପ୍ରଦୀପ କର୍ମୀ ( ବୁଲୁ ) ଓ ଠିକାଦାର ବାବି ବାବୁ ଉପସ୍ଥିତ ଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!