15 ପରିବର୍ତ୍ତେ ନଭେମ୍ବର୍ ୧୮ ଶଏନ୍’ବାର୍ କୋଶଲ୍ ମହାବନ୍ଦ୍

0

ବରଗଡ଼ -ବିର୍ସାମୁଣ୍ଡା ଜୟନ୍ତୀ ଆଉ ଜୁନିୟର୍ ଶିକ୍ଷକ୍ ପରୀକ୍ଷା ଲାଗି ୧୫ ତାରିଖ୍ କେ ବାତିଲ୍ କରାଯାଇ ଆଏବା ତା ନଭେମ୍ବର୍ ୧୮ ଶଏନବାର୍ ଦିନ କୋଶଲ୍ ମହାବନ୍ଦ୍ ଡ଼ାକରା ଦେଲା କୋଶଲ୍ ରାଏଜ୍ ମିଳିତ୍ କ୍ରିୟାନୁଷ୍ଠାନ୍ କମିଟି (ଯେଏସି ) l 

ଅଗ୍ରଗାମୀ ଭବନ୍, ବରଗଡ଼ ଠାନେ ସବୁ କୋଶଲ୍ ବାଦୀ ସଂଗଠନ୍, ସାମାଜିକ୍ ସଂଗଠନ୍ ର ମିଳିତ୍ ସମର୍ଥନ୍ ରେ ଗୁଟେ ସାମ୍ବାଦିକ୍ ସମ୍ମିଳନୀ କରାଯାଇ ସକାଳର୍ ୬ ବଜେ ନୁ ବେଲ୍ ବୁଡାର୍ ୬ ବଜେ ତକ୍ ୧୨ ଘଣ୍ଟିଆ କୋଶଲ୍ ମହାବନ୍ଦ୍ ଡ଼ାକରା ଦିଆ ଯାଇଛେ l ଇ ମହାବନ୍ଦ୍ ନେ କେବଳ୍ ଜରୁରୀ କାଳୀନ୍ ସେବାକେ ଛାଡ଼ିକରି ସବୁ ସର୍କାରି ବେସରକାରୀ ଅଫିସ୍, ବ୍ୟାଙ୍କ୍ ସ୍କୁଲ୍ କଲେଜ୍ ଦୁକାନ୍ ବଜାର୍ ଗାଡି ମଟର୍ ବନ୍ଦ୍ ରହେବା l ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷ୍ ରେ ସବୁ କୋଶଲ୍ ବାସୀ ତଥା ବୁଦ୍ଧିଜିବୀ ଜ୍ଞାନୀ ଗୁଣୀ କୋଶଲ୍ ଚିନ୍ତାଧାରା ଲୋକ୍, ସବୁ କୋଶଲ୍ ବାଦୀ ସଂଗଠନ୍ ସଂଗ୍ରାମି ଭାଇ ,ସାମାଜିକ୍ ସଂଗଠନ୍, ଚାଷୀ ସଂଗଠନ୍, ଜାତିବାଦୀ ସଂଗଠନ୍ ତଥା ଭିନ୍ ଭିନ୍ ରାଜନୈତିକ୍ ଦଳ୍ ସଭେ ଇ କୋଶଲ୍ ମହାବନ୍ଦ୍ କେ ସମର୍ଥନ୍ ଜନେଇ କରି ଘରୁ ବାହାରି ଇଥି ସାମିଲ୍ ହେଇ ସଫଳ୍ କର୍ବାର୍ କେ ଅନୁରୋଧ୍ ତଥା ଗୁହାରି କରିଛେ ସଂଗଠନ l  
‘ବହୁତ୍ ହେଲା ଅନିଏ ଅତ୍ୟାଚାର୍’ ‘ବହୁତ୍ ହେଲା ପାତର୍ ଅନ୍ତର୍’ ‘ଆଉ ସହି ନି ହଏ’ ‘ଆନ୍ଦୋଳନ୍ ହେବା ଭୟଙ୍କର୍ ହେବା’ ବୋଲି କୋଶଲ୍ ରାଏଜ୍ ମିଳିତ୍ କ୍ରିୟାନୁଷ୍ଠାନ୍ କମିଟି ପକ୍ଷରୁ ଅନୁଷ୍ଠିତ ଇ ସାମ୍ବାଦିକ ସମ୍ମିଳନୀ ନେ ପ୍ରକାଶ କରାଯାଇଛେ l


Leave a Reply

Your email address will not be published. Required fields are marked *

error: Content is protected !!