ଭଟଲି କୋଶଲ ସେନାର ବର୍ଣ୍ଣାଢ୍ୟ ଶୋଭାଯାତ୍ରା

ଭଟଲି,୨୭/୧ (ସଂସ୍କୃତି ମିଡ଼ିଆ )-ସ୍ୱାଧିନତାର ୭୭ବର୍ଷ ପରେ ମଧ୍ୟ ପଶ୍ଚିମାଞ୍ଚଳକୁ ସବୁବେଳେ ରାଜ୍ୟସରକାର ବିଭିନ୍ନ ପ୍ରକାର ପ୍ରତାରଣା ଦେଇଚାଳିଥିବା ବେଳେ ଏକ ଭିନ୍ନ କୋଶଲ ରାଜ୍ୟ ଗଠନ ପାଇଁ ବିଭିନ୍ନ ସଙ୍ଗଠନ ମାନେ ନିଜ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି । ସେହିପରି ୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବରଗଡ ଜିଲ୍ଲା ଭଟଲି କୋଶଲ ସେନାର ପକ୍ଷରୁ କୋଶଲ ସଚେତନତା ପାଇଁ ଏକ ନିଆରା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାହାରିଥିଲା । ଏଥିରେ ଭାରତମାତା,ସହୀଦ ଭଗତ ସିଂ, ସହୀଦ ମାଧୋ ସିଂହ, ସହୀଦ ହଟେ ସିଂହ, ସହୀଦ ଚନ୍ଦ୍ରଶେଖର ଆଜାଦ୍, ବୀର ସୁରେନ୍ଦ୍ର ସାଏ ବେଶ ହୋଇ ଏକ ସୁସଜ୍ଜିତ ରଥରେ ପରିଭ୍ରମଣ କରିଥିଲେ ଯାହାକି ଦର୍ଶକ ତଥା ଅଞ୍ଚଳବାସୀଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ଜାଗ୍ରତ କରିଥିଲା । ପ୍ରତିବର୍ଷ ସ୍ୱାଧିନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହିପରି ଶୋଭାଯାତ୍ରା ବାହାରିବ ବୋଲି ଭଟଲି କୋଶଲ ସେନା ପକ୍ଷରୁ କୁହାଯାଇଛି ।